କବି ନିରଞ୍ଜନ ସେଠୀଙ୍କ ରଚିତ  ଛଅଟି ଗୀତ ସମ୍ବଳିତ  ଅଡିଓ ସିଡ଼ି ‘ପୁଣ୍ୟବ୍ରହ୍ମ’ ଉନ୍ମୋଚିତ  ।   

0 1

କବିଙ୍କ ସୃଜନଶୀଳତା ଆଗାମୀ ପିଢିକୁ ଅନୁପ୍ରାଣିତ କରିବ –ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ 

ଭୁବନେଶ୍ଵର(ଶାସକ ପ୍ରଶାସକ) : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ଏବଂ ଜଳସମ୍ପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ସାଂସଦ କବି ପ୍ରସନ୍ନ ପାଟ୍ଟଶାଣୀ,  ପୂର୍ବତନ ପ୍ରଶାସକ ଶ୍ରୀ ରବି ନାରାୟଣ ନନ୍ଦ, ଗବେଷକ ବାଗ୍ମୀ ପ୍ରଫେସର ପାର୍ଥ ସାରଥୀ ଅଜୟ ବାରିକଙ୍କ ଦ୍ଵାରା ଆଜି ମିରାମ୍ବିକା ପ୍ରଡକ୍ସନ ତରଫରୁ କବି ନିରଞ୍ଜନ ସେଠୀଙ୍କ ରଚିତ ଜୀବନ, ଯନ୍ତ୍ରଣା ଓ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଛଅଟି ଗୀତର ଅଡିଓ ‘ପୁଣ୍ୟବ୍ରହ୍ମ’ ଏବଂ ସାଇ ସୃତି ପବ୍ଲିକେସନ ତରଫରୁ ‘ପ୍ରୀତିନୀଡ଼’  ଓ  “ନଥିବା ଲୋକର ଛାଇ “ ଆଦି ଦୁଇଟି କବିତା ସଂକଳନର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀ ଦାସ ଯୋଗଦେଇ ଲୋକସମ୍ପର୍କ ତଥା ପ୍ରଶାସନିକ କ୍ଷେତ୍ରରେ ଦକ୍ଷତା ରଖୁଥିବା କବି ଶ୍ରୀ ସେଠୀଙ୍କ ସାହିତ୍ୟ କ୍ଷେତ୍ରରେ ସୃଜନଶୀଳତା ଅନ୍ୟ କବି  ତଥା ସାରସ୍ଵତ ସାଧକ ଏବଂ  ଆଗାମୀ ପିଢିକୁ ଅନୁପ୍ରାଣିତ କରିବ ବୋଲି ମତବ୍ୟକ୍ତ କରିଥିଲେ । 

             ଜୀବନ, ଜଞ୍ଜାଳ, ଯନ୍ତ୍ରଣା ଓ ଶ୍ରୀଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ ଅଡିଓ ପୁଣ୍ୟବ୍ରହ୍ମ ଅତ୍ୟନ୍ତ ମର୍ମସ୍ପଶୀ , ଉଚ୍ଚକୋଟୀର ଶବ୍ଦବିନ୍ୟାସ, ସ୍ୱର ସଂଯୋଜନା,ସର୍ବୋପରି ଜଣାଶୁଣା କଣ୍ଠଶିଳ୍ପୀଙ୍କ କଣ୍ଠଦାନରେ ଅତ୍ୟନ୍ତ ମନମୁଗ୍ଧକର ହୋଇଛି  । ଏହା ସଙ୍ଗୀତ ଜଗତକୁ ଏକ ବଳିଷ୍ଠ ଅବଦାନ ବୋଲି ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ ।  

କବି ନିରଞ୍ଜନ ସେଠୀଙ୍କ ଗୀତିକବିତା ସଂକଳନ ‘ପ୍ରୀତିନୀଡ଼’ପ୍ରେମ, ବିରହ, ବିଚ୍ଛେଦ, ପ୍ରତାରଣାର କଥା କହୁଥିବା ବେଳେ ଆଧୁନିକ କବିତା ସଂକଳନ ‘ନଥିବା ଲୋକର ଛାଇ’ ଭିନ୍ନ ସ୍ୱାଦର କଥା କହେ । ଜୀବନର ପ୍ରତି ପାଦରେ ଦୁଃଖ ,ଯନ୍ତ୍ରଣା ଓ ଅମାନବୀୟ ଅବବୋଧରେ ଛଟପଟ ଜୀବନରେ ଅଦୃଶ୍ୟରେ  ମଣିଷକୁ କେହି ଜଣେ ବାଟ କଢେଇ ନେଉଥିବା କଥା କବି ଅଙ୍ଗେ ଅଙ୍ଗେ ଅନୁଭବ କରିଥିବା କବିତାଗୁଡିକର ସାରମର୍ମ । ଅତ୍ୟନ୍ତ ସରଳ ସାବଲୀଳ ଶବ୍ଦ ବିନ୍ୟାସରେ ପରିସ୍ଫୁଟ                     ଶ୍ରୀ ସେଠୀଙ୍କ ଦ୍ୱାରା ରଚିତ କବିତା ସଂକଳନ ଦୁଇଟି ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ ।

           ବରିଷ୍ଠ କବି ତାରକ ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଯୋଜକଙ୍କ ସମେତ କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅନ୍ୟ ସଙ୍ଗୀତ ପ୍ରେମୀ ଓ ସାହିତ୍ୟିକ ଉପସ୍ଥିତ ଥିଲେ । 

 

 

 

 

Leave A Reply

Your email address will not be published.