ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଗାଳିଗୁଲଜ ପଡିଲା ମହଙ୍ଗା ।

0 1

ବାଲି ମାଫିଆ ଚିତ୍ତରଞ୍ଜନ ପାଣିଗ୍ରାହୀ ଗିରଫ।

ଗୁଣୁପୁର:(ସୁବ୍ରତ କୁମାର ପଣ୍ଡା):ରାୟଗଡ଼ାଜିଲ୍ଲା ଗୁଣୁପୁର ଓ ଏହାରଆଖପାଖ ଅଞ୍ଚଳରେ  ଦିନକୁ ଦିନ ବାଲି ମାଫିଆଙ୍କ ଗୁଣ୍ଡା ରାଜ ବଢ଼ିବା ସହ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ଚୋରି କରୁଛନ୍ତି ବାଲି ।ଏହାର ପ୍ରତିବାଦ ରେ ଗୁଣୁପୁରର କିଛି ସାମ୍ବାଦିକ ଖବର ପ୍ରସାରଣ କରିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ। ଏଭଳି ଖବର ପ୍ରସାରଣ ଯୋଗୁଁ ବାଲି ମାଫିଆର କିଙ୍ଗ ପିନ ସାଜିଥିବା କିଛି ଦୁର୍ବୁତ୍ତ ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଜୀବନରୁମାରିଦେବାର ଧମକ ମଧ୍ୟ ଦେଇ ଆସୁଥିଲେ ।ଗତ ବର୍ଷ  ସାମ୍ବାଦିକ ସଙ୍କେତ ପାତ୍ରଙ୍କୁ ଦୋକାନରେ ପଶି ଚିତ୍ତ ରଞ୍ଜନ ପାଣିଗ୍ରାହୀ ନାମକ ଜଣେ ଦୁର୍ବୁତ୍ତ ଜୀବନରୁ ମାରିଦେବାକୁ ଧମକଦେଇ ଥିଲା ଏନେଇ ସେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ,କିନ୍ତୁ ଦୁର୍ବୁତ୍ତ ଙ୍କ ବିରୁଦ୍ଧରେ ସେତେବେଳେ କୌଣସି ସଠିକ କାର୍ଯ୍ୟାନୁଷ୍ଠାନ ନହେବାରୁ ତାହାରି ଗୁଣ୍ଡାରାଜ ବଢ଼ି ଚାଲିଥିଲା।ସେହି ଭଳିଗତ ତା07/07/2021 ରିଖ ଦିନ ରାତ୍ରି ପ୍ରାୟ 8:30ସମୟରେ ସେହି ଚିତ୍ତ ପାଣିଗ୍ରାହୀ ନାମକ ଦୁର୍ବୁତ୍ତ ମଦ୍ୟପାନ କରି ମହିମାନଗର ସ୍ଥିତ ସାମ୍ବାଦିକ ସତ୍ୟନାରାୟଣ ସାହୁ ଙ୍କ ଘର ନିକଟକୁ ଯାଇ ଆସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଗଂଜି ଚିରିବା ସହିତ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ସେହି ବସ୍ତି ରେ ରହୁଥିବା କିଛି ବସ୍ତି ବାସିନ୍ଦା ଏବଂ ସାମ୍ବାଦିକ ଜଣକ।ଏନେଇ ସାମ୍ବାଦିକ ଜଣକ ଗୁଣୁପୁର ଅଦର୍ଶ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।ଦିନ କୁ ଦିନ ରାଜ୍ୟର ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୁଣୁପୁର ଆରକ୍ଷୀ ଅଧିକାରୀ ଶ୍ରୀ ଅଜୟ କୁମାର ବାରିକ,ଆଇ.ଆଇ.ସି ଶ୍ରୀ ଯଶବନ୍ତ ହିୟାଲ ଓ ଏସ.ଆଇ ଶ୍ରୀ ରବୀନ୍ଦ୍ରନାଥ ଗୌଡ଼ ଙ୍କ ତତ୍ତ୍ଵାବଧାନରେ ରେ cash no 83/2021 ରେ ipc ଧାରା 341/323/294/506 ରେ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲଣ କରାଯାଇଥିଲା । ଗୁଣୁପୁର ଅଦର୍ଶ ଥାନାର ଆରକ୍ଷୀ ଅଧିକାରୀ ଓ ଆଇ.ଆଇ ସି ଙ୍କ ଏଭଳି ତୁରନ୍ତ ପଦକ୍ଷେପକୁ ସାଧାରଣରେ ସାଧୁବାଦ କରିବା ସହ ବୁଦ୍ଧିଯିବି ମହଲରେ ଖୁବ ପ୍ରଶଂସା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.