ଟିଟିଲାଗଡ଼, ( ଗୌରବ ଦର୍ଜୀ)-ଟିଟିଲାଗଡ଼ ଥାନା ଅଧିନସ୍ଥ ଟିକ୍ରାପଡା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ର ଜଗଦିଶ ବିଭାର ଙ୍କ ଝିଅ ଦୁସିଲା ବିଭାର ଚଳିତ ଦଶମ ଶ୍ରେଣୀରେ କମ ମାର୍କ ପାଇଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ଆଜି ସେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇ ଘର ଲୋକଙ୍କ ସହ ଟିଟିଲାଗଡ଼ ପୋଲିସ ଦଉଡି କାଟି ଦୁଶିଲା କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ଆଣି ଥିଲେ। ହେଲେ ଡାକ୍ତର ଦୁଶିଲା କୁ ମୃତ ଘୋଷଣା କରିଥିଲେ। ଚଳିତ ବର୍ଷ ମହାମାରୀ କୋଭିଡ 19 ର ଭୟବହତା କୁ ଆଖି ଆଗରେ ରଖି ବିନା ବୋର୍ଡ ପରୀକ୍ଷାରେ ପୂର୍ବ ପ୍ରିଟେଷ୍ଟ, ଟେଷ୍ଟ ପରୀକ୍ଷା ଅନୁଯାୟୀ ମାର୍କ ନିର୍ଧାରଣ କରିବା ଯୋଗୁଁ ଦୁଶିଲା ମାତ୍ର 258 ମାର୍କ ପାଇଥିବାରୁ ମାନସିକ ଭାରସାମ୍ୟ ହରାଇଥିବା ପରିବାର ଲୋକେ କହିଛନ୍ତି। ତେବେ ଟିଟିଲାଗଡ଼ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.