ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ଦ୍ୱାରା ସାମୁହିକ ଶୌଚାଳୟ ପାଇଁ ଭୂମି ପୂଜନ ଓ ବୃକ୍ଷ ରୋପଣ

0 2

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ 46 ୟୁନିଟ – 6 କ୍ୟାପିଟାଲ ହସ୍ପିଟାଲ ପଛପଟେ ହରିଜନ ସାହି ବସ୍ତିରେ ସାମୁହିକ ଶୌଚାଳୟ ନୂତନ ନିର୍ମାଣ ପାଇଁ ଭୂମି ପୂଜନ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି | ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଯନ୍ତ୍ରୀ ଏବଂ କର୍ମକର୍ତ୍ତାଙ୍କ ସହିତ ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା ପୁଷ୍ପାଞ୍ଜଳି ସେଠି ସ୍ଥାନୀୟ ବୁଦ୍ଧିଜୀବୀ, ମହିଳା,ଛାତ୍ର ଯୁବକ ମାନେ ଉପସ୍ଥିତ ଥିଲେ |

ବର୍ଷା ଋତୁ ଆଗମନରେ ପରିବେଶର ସୁରକ୍ଷା ଏବଂ ସନ୍ତୁଳନ ପାଇଁ ନୟାପଲ୍ଲୀ ସ୍ଥିତ ଦେବରାୟ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଇନର  ହୁଇଲ କ୍ଲବ ଭୁବନେଶ୍ୱର ଟେମ୍ପଲ ସିଟି ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି  ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଅଛି | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରିନସିପାଲଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ପୂର୍ବତନ କର୍ପୋରେଟର ନିଖିଳ ବଳବନ୍ତରାୟ, ନବ ବେହେରା, ପୁଷ୍ପାଞ୍ଜଳି ସେଠି,କ୍ରୀଡ଼ାବିତ କ୍ଷୀରୋଦ ବେହେରା, ସମାଜସେବୀ ସାଗର ବଳବନ୍ତରାୟ,  ଅର୍ଜୁନ ବେହେରା,ବଦ୍ରିନାରାୟଣ ମିଶ୍ର,ଯୁବ ନେତା ଦିଲ୍ଲୀପ ସେନାପତି, ଦୀପ୍ତି ରଞ୍ଜନ ଜେନା, ଶାନ୍ତିକେତନ ଦାସ,  ମହିଳା ନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଲୋରା ମହାପାତ୍ର, ଲିଲି ନାୟକ ପ୍ରମୁଖ ଯୋଗଦାନ କରିଥିଲେ |

Leave A Reply

Your email address will not be published.