କଲ୍ୟାସିଂହପୁର/ପ୍ରଦୀପ ଦଳାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକରେ ଥିବା ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଲ୍ୟାଣସିଂପୁର ସିଆରପିଏଫ କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କ୍ରିଷ୍ଣା ରାଓ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନଵାନ ହେଵା ଆବଶ୍ୟକ ବୋଲି ମତ ପ୍ରକାଶ କରିବା ସହ ଏହି ମହାମାରୀ କୋଭିଡ ସମୟରେ କୋଭିଡ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବନ ବିଭାଗର ବନପାଳ ଦୀନବନ୍ଧୁ ଶବର, ଏନ ଡି ଶର୍ମା, ନରେଶ କୁମାର ପଟ୍ଟନାୟକ ଓ ବନରକ୍ଷୀ ସମସ୍ତ କର୍ମଚାରୀଙ୍କ ସହ ଡାକ୍ତର ଚିନ୍ମୟ ଲିମା,କଲ୍ୟାଣସିଂପୁର ଥାନା ପୁଲିସ, ସିଆରପିଏଫ ଯବାନ, ଅଗ୍ନିସମ ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।ଏଥିରେ ପ୍ରାୟ ୬୦ଟି ଔଷଧିୟ, ଛାୟା ବୃକ୍ଷ ରୋପଣ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.