ପୋଲିସ ଡିଜିଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା, ୮୦ ପ୍ଲାଟୁନ ପୋଲିସ ନିୟୋଜିତ ହୋଇପାରନ୍ତି

0 2

ପୁରୀ/ଅନିମେଷ ପଟ୍ଟନାୟକ : ରଥଯାତ୍ରାରେ ମୁତୟନ ହେବେ ୮୦ ପ୍ଲାଟୁନ ପୋଲିସ ଫୋର୍ସ । ସହରକୁ ୧୨ଟି ଜୋନ ସହିତ ବଡ଼ଦାଣ୍ଡକୁ ୪ଟି ଜୋନରେ ବିଭକ୍ତ କରାଯିବ । ସହରର ତିନୋଟି ପ୍ରବେଶ ପଥକୁ ସିଲ୍ କରାଯିବ । ରବିବାର ପୋଲିସ ଡିଜି ଅଭୟଙ୍କ ରଥଯାତ୍ରା ସମୀକ୍ଷା ପରେ ମିଳିଥିଲା କିଛି ଏପରି ସୂଚନା । 

ପୁରୀବାସୀଙ୍କ ପାଇଁ ମୋର କିଛି ଅଭିଯୋଗ ନାହିଁ । ଗତ ବର୍ଷ ରଥଯାତ୍ରା ପାଇଁ ପୁରୀବାସୀ ଅନେକ ସହଯୋଗ କରିଛନ୍ତି । ଚଳିତବର୍ଷ ମଧ୍ୟ  ସମାନ ସହଯୋଗ ଆଶା କରୁଛୁ । ସରକାର କରିଥିବା ଗାଇଡଲାଇନ ମାନି ଘରେ ରହି ମହାପ୍ରଭୁଙ୍କ ରଥଯାତ୍ରା ଦେଖନ୍ତୁ ବୋଲି ଡିଜିପି ସହରବାସୀଙ୍କୁ ଅନୁରୋଧ କରିଛନ୍ତି । 

ଆହୁରି ମଧ୍ୟ ଡିଜିପି ଅଭୟ କହିଛନ୍ତି, ସୁରକ୍ଷା ବ୍ୟବସ୍ଥାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ଆସନ୍ତା ଦିନେ ଦୁଇଦିନ ଭିତରେ ସୁରକ୍ଷା ବ୍ୟବସ୍ଥା ଚୂଡାନ୍ତ କରାଯିବ । ସମୀକ୍ଷା ସମୟରେ ଡିଜିପିଙ୍କ ସହ ଅତିରିକ୍ତ ଡିଜି ଆଇନଶୃଙ୍ଖଳା ରାଧାକୃଷ୍ଣ ଶର୍ମା,ଗୁଇନ୍ଦା ବିଭାଗ ନିର୍ଦେଶକ  ଲଳିତ ଦାସ, କେନ୍ଦ୍ରାଞ୍ଚଳ ଡ଼ିଆଇଜି ନରସିଂହ ଭୋଳ,ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ ଏବଂ ପୁରୀ ଏସପି କେ  ବିଶାଲ ସିଂ ପ୍ରମୁଖ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

 

Leave A Reply

Your email address will not be published.