ପଦ୍ମପୁର ଶିକ୍ଷକ ସଂଘ ତରଫରୁ ବିଇଓଙ୍କୁ ବିଦାୟ ସମ୍ବର୍ଦ୍ଧନା।

0 1

ପଦ୍ମପୁର-ପଦ୍ମପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ସଦାନନ୍ଦ ପୁରୋହିତଙ୍କ ସଭାପତିତ୍ୱ ରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ନିକଟରେ ଅବସର ଗ୍ରହଣ କରିଥିବା ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀଙ୍କୁ କନସିଂହା ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ନୂତନ ଭାବେ ବିଇଓ କାର୍ଯ୍ୟ ଭାର ଗ୍ରହଣ କରିଥିବା ଶ୍ରୀ ଯୁକ୍ତ ବିପିନ ବିହାରୀ ମିଶ୍ରଙ୍କୁ ସ୍ବାଗତ କରାଯାଇଥିଲା।ପାଇକମାଲ ବ୍ଲକ ପଲସଦା ମୂଳ ନିବାସୀ ଶ୍ରୀ ପାଣିଗ୍ରାହୀ ପଲସଦା ଉଚ୍ଚ ବିଦ୍ୟାଳୟ ରୁ ଶିକ୍ଷକତା ଜୀବନ ଆରମ୍ଭ କରି, ଟେମରୀ,ସମ୍ବଲପୁର ଜିଲ୍ଲା ଜମନକିରା, ଆଗଲପୁର,ଦେଉଲି ଉଚ୍ଚ ବିଦ୍ୟାଳୟ ସତୀଭଟା,ଲଖମରା ପ୍ରଭୃତି ଉଚ୍ଚ ବିଦ୍ୟାଳୟ ଜଣେ ଛାତ୍ର ବତ୍ସଳ ତଥା ଆଦର୍ଶ ଶିକ୍ଷକ ଭାବରେ ସୁନାମ ଅର୍ଜନ କରିବା ସଙ୍ଗେ ସଙ୍ଗେ ୨୦୧୯ରୁ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗ ଦାନ କରିଥିଲେ।ଜଣେ ଅଧିକାରୀ ଭାବେ ତାଙ୍କ ଦକ୍ଷତାର ପରିଚିତ ଦେଇ ଥିଲେ।ଶିକ୍ଷା କ୍ଷେତ୍ରରେ ଉନ୍ନତି ଦିଗରେ ଅବିରତ କାର୍ଯ୍ୟ ସମ୍ପାଦନ କରି ବରଗଡ଼ ଜିଲ୍ଲାରେ ରାଜବୋଡାସମ୍ବର ବ୍ଲକକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ବ୍ଲକ ଭିତରେ ଅବସ୍ଥାପିତ କରିପାରିଥିଲେ।ଦୀର୍ଘ ବର୍ଷ ରୁ ପଡିରହିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ ବକେୟା କରି ସମସ୍ତଙ୍କ ପ୍ରିୟ ଭାଜନ ର ପାତ୍ର ହୋଇ ଥିଲେ। ଏହି ଅବସରରେ ଶିକ୍ଷୟିତ୍ରୀ ସ୍ବନ୍ନକାନ୍ତୀ ପତିଙ୍କ ଲିଖିତ ବିଦାୟକାଳୀନ କବିତା ହୃଦୟସ୍ବର୍ଶୀ ହୋଇଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ସତ୍ଯସେବା ଉଚ୍ଚ ବିଦ୍ୟାଳୟ କନସିଂହାର ପ୍ରଧାନ ଶିକ୍ଷକ ସୌକିଲାଲ ଦାଶ, ଏବିଇଓ ଜୟକୁମାର ସାହୁ,ଏବିଇଓ ଧବଲେଶ୍ବର ବରିହା ମଞ୍ଚାସିନ ଥିଲେ। ଜତୀନ୍ କୁମାର ଦାଶ, ଜଗବନ୍ଧୁ ବାବୁ,ମନୋଜ କୁମାର ପଣ୍ଡା, ନେତ୍ରାନନ୍ଦ ସାହୁ, ସୁଦାମ ବିଶି,ପ୍ରଶାନ୍ତ ବାଗ ପ୍ରଭୃତି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଶେଷ ରେ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ହରିହର ସାହୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.