“ରାଜସ୍ୱ ରଥ” ମାଧ୍ୟମରେ ଜମିପଟ୍ଟା ବଣ୍ଟନ ଜମନକିରା ତହସିଲଦାର 

0

ଜମନକିରା : (ସୁଢ଼ଲଦେବ ସୁନାନୀ) :  ରାଜ୍ୟରେ ଲକଡ଼ାଉନ ରହିଥିବା ହେତୁ ଗରିବ ତଥା ଭୂମିହୀନ ଲୋକମାନେ ତହସିଲ କାର୍ଯ୍ୟାଳୟକୁ ପହଞ୍ଚି ପାରୁନାହାନ୍ତି | ଏହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ପ୍ରବର୍ତ୍ତିତ ହୋଇଛି ରାଜସ୍ୱ ରଥ | ଲୋକଙ୍କ ହାତ ପାଆନ୍ତାରେ ବା ଲୋକଙ୍କ ଦ୍ୱାରମୁହଁରେ ରାଜସ୍ବ ସେବା ପହଂଚାଇବା ଉଦ୍ଦେଶ୍ୟ ନେଇ ପ୍ରବର୍ତ୍ତିତ ଏହି ନିଆରା କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ ଅଫିସ ତରଫରୁ ତହସିଲଦାର ସୌମ୍ୟରୁପ ରଥ  ଗ୍ରାମବାସୀଙ୍କ ଜମି ପଟ୍ଟା ସେମାନଙ୍କ ଘରେ ପହଞ୍ଚି ପ୍ରଦାନ କରିଛନ୍ତି l ଜମନକିରା ବ୍ଲକର ବିଭିନ୍ନ ଗାଁର ଗ୍ରାମବାସୀ ଅନଲାଇନରେ ଜମିପଟ୍ଟା ପାଇଁ ଆବେଦନ କରିଥିଲେ l ବର୍ତ୍ତମାନ ଜମନକିରା ତହସିଲ ଗ୍ରାମବାସୀଙ୍କ ଜମିପଟ୍ଟା ତିଆରି କରି ସେମାନଙ୍କ ଘରେ ପହଞ୍ଚାଉଛନ୍ତି l ଜମନକିରା ତହସିଲଦାର ସୌମ୍ୟରୁପ ରଥ ଓ ଗୁଣ୍ଡୁରୁଚୁଆ ଆରଆଇ ମୌସୁମୀ ପଟେଲଙ୍କ ସମେତ  ଜମନକିରା ତହସିଲର ଏକ ଦଳ ବ୍ଲକର କତରକେଲା, ମନାପାଲି , ବଘିଅବେରନା ଓ ଲୁଧାପୋଷି ଇତ୍ୟାଦି ଗାଁ ଗସ୍ତ କରି ଜମିପଟ୍ଟା ବଣ୍ଟନ କରିଛନ୍ତି l

Leave A Reply

Your email address will not be published.