ଚିନ୍ତାରେ ଡଙ୍ଗରିଆ କନ୍ଧ, ଉଜୁଡି ଯାଉଛି ରୋଜଗାର।

0

କଲ୍ୟାସିଂହପୁର//ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପର୍ବତରେ ବସବାସ କରୁଥିବା  ଜନ ଜାତି ଡଙ୍ଗରିଆ କନ୍ଧମାନେ ସପୁରି,ପଣସ ,କଦଳି, ଝାଡ଼ୁ, ହଳଦି , ଅଦା,ଆମ୍ବ , ଭଳି ଜଙ୍ଗଲ ଜିନିଷରେ ତାଙ୍କ ପେଟ ପୋଷିବା ପାଇଁ ୧୦ ରୁ ୨୦ କିଲୋମିଟର ଚାଲି ଚାଲି  କଲ୍ୟାସିଂହପୁର ସହରକୁ ଆଣି ବିକ୍ରି କରି ଥାଆନ୍ତି। କିନ୍ତୁ ଏହା ଏବେ  ଲକ ଡାଉନ୍ ଯୋଗୁଁ ଠିକ୍  ଦରରେ ବିକ୍ରି ହୋଇପାରୁନାହିଁ। ଡଙ୍ଗରିଆ କନ୍ଧମାନେ ବହୁତ ବିଶ୍ବାସୀ ହେବା ହେତୁ ଏହାର ଫାଇଦା ଉଠେଇ ଥାନ୍ତି କିଛି ଠକ,ଦଲାଲ ଅମାନିଆ ଲୋକମାନେ। ଯାହା କି ଗୋଟିଏ ସପୁରିର ମୂଲ୍ୟ ପ୍ରାୟ ୩୦ ରୁ ୪୦ ଟଙ୍କା ହୋଇଥିବା ବେଳେ ତାଙ୍କ ନୀରବତା କୁ ଦେଖି ତାହା ୧୦ ଟଙ୍କା କିମ୍ୱା ୧୫ ଟଙ୍କାରେ ଜବରଦସ୍ତି ନେ଼ଇ ଯାଇଥାନ୍ତି। ବିଚରା ଡଙ୍ଗରିଆ କନ୍ଧମାନେ କେତେ କଷ୍ଟ କରି ନିଜ ଛୁଆ, ପିଲାଙ୍କୁ ଘରେ ଛାଡ଼ି  ସହରକୁ ଆଣି ଏହାକୁ ବିକି ନିଜ ଘରକୁ କିଛି ଜିନିଷ ପତ୍ର ନେବା ଆଶାରେ ଆସି ଥାଆନ୍ତି। କିନ୍ତୁ ତାହା ବି ଏବେ ବିକ୍ରି ହୋଇ ପାରୁନଥିବା ଯୋଗୁ ସେମାନେ ଦୁର୍ଦ୍ଦଶା ଭିତରେ ରହିଥିବା ଦେଖିବାକୁ ମିଳୁଛି।

 

Leave A Reply

Your email address will not be published.