ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଚକ୍ଷୁ ଯତ୍ନ କେନ୍ଦ୍ର ସ୍ଥାପିତ 

0

ଭୁବନେଶ୍ୱର: ସମ୍ବଲପୁର ଜିଲାରେ ଚକ୍ଷୁ ଯତ୍ନ ସୁବିଧାକୁ ଅଧିକ ସୁଦୃଢ କରିବା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ଆଦିତ୍ୟ ଆଲୁମିନିୟମ ରେଙ୍ଗାଲିରେ ଏକ ଆଧୁନିକ ଚକ୍ଷୁ ଯତ୍ନ କେନ୍ଦ୍ର ସ୍ଥାପନ କରିଛି । କ୍ଷୋଭର ବିଷୟ ଯେ, ପଛୁଆ ଜନସାଧାରଣଙ୍କ ମଧ୍ୟରେ ଚକ୍ଷୁ ଯତ୍ନ କେବେହେଲେ ଅଗ୍ରାଧିକାର ବିଷୟ ହୋଇନାହିଁ, ସେଥିପାଇଁ ଏହା ଅବହେଳିତ ଅବସ୍ଥାରେ ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଆମେ ସମ୍ବଲପୁରସ୍ଥିତ ସୁପରିଚିତ ତ୍ରିଲୋଚନ ନେତ୍ରାଳୟ ସହିତ ସହଭାଗିତାରେ ଏକ ଚକ୍ଷୁ ଯନô କେନ୍ଦ୍ର ସ୍ଥାପନ କରିଛୁ ବୋଲି ଆଦିତ୍ୟ ଆଲୁମିନିୟମ ହେଡ୍‍ ଶ୍ରୀ ସମୀର ନାୟକ କହିଛନ୍ତି ।

ଜୀବନଶୈଳୀ ଏବଂ ସ୍କ୍ରିନକୁ ଦେଖିବା ସମୟ ସହିତ ବରିଷ୍ଠ  ନାଗରିକଙ୍କ ମଧ୍ୟରେ ବୟସ ବୃଦ୍ଧି ଜନିତ କାରଣରୁ ଚକ୍ଷୁ ସମ୍ପର୍କିତ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି ।  ୨୦୨୦ ଡିସେମ୍ବରରେ ଉଦ୍‍ଘାଟିତ ହୋଇଥିବା ସୁଲଭ ମୂଲ୍ୟ ଚକ୍ଷୁ ଯତ୍ନ ପ୍ରଦାନକାରୀ କେନ୍ଦ୍ର ‘ପ୍ରୋଜେକ୍ଟ ଭିଜନ କେୟାର’ ବହୁବିଧ ସେବା ଯୋଗାଇ ଦେଉଛି । ଏଗୁଡିକ ମଧ୍ୟରେ ବାସ୍ତବ ସମୟ ଭିତ୍ତିକ ଭିଡିଓ କନଫରେନ୍ସିଂ, ଉଚ ମାନର ଯାନ୍ତ୍ରିକିକରଣ ଉପାୟରେ ଚକ୍ଷୁର ଯାଞ୍ଚ, ଗୁଣାତ୍ମକ ମାନ ଓ ସୁଲଭ ମୂଲ୍ୟର ଚଷମା, ଔଷଧ, ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଅନ୍ୟତ୍ର ପଠାଇବା ଏବଂ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର  ଆଦି ସମସ୍ତ ସୁବିଧା ଗୋଟିଏ ଛାତ ତଳେ ଉପଲବ୍ଧ ହେଉଛି । ଡିଜିଟାଲ ଭାରତ ଚିନ୍ତାଧାରା ସହିତ କ୍ଲାଉଡ ସେବା ଦ୍ୱାରା ପରିଚାଳିତ ସମ୍ପୂର୍ଣ୍ଣ ଡିଜିଟାଇଜ ହୋଇଥିବା ଉପକରଣ ଆଧାରରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । 

ପୁନଶ୍ଚ, ଗ୍ରାମଗୁଡିକରେ ସ୍ୱତନ୍ତ୍ର ଭାବରେ ଚକ୍ଷୁ ଯତ୍ନ ପାଇଁ କୌଣସି  ସୁବିଧା ନାହିଁ । ତେଣୁ ଆଦିତ୍ୟ ଆଲୁମିନିୟମ ଏହି ଅନୁଭୂତ ଆବଶ୍ୟକତାକୁ ପୂରଣ କରିଛି । ଏହି ଭିଜନ ସେଣ୍ଟର ହବ୍‍ ଆଣ୍ଡ ସ୍ପୋକ ମଡେଲରେ କାର୍ଯ୍ୟ କରୁଛି, ଯାହା ପଶ୍ଚିମ ଓଡ଼ିଶାରେ ଏହି ଧରଣର ପ୍ରଥମ ହୋଇଛି । 

ଏଥିସହିତ ମୋତିଆବିନ୍ଦୁ ସମ୍ବଲପୁରରେ ବାରମ୍ବାର ପରିଲକ୍ଷିତ ହେଉଥିବା ଏକ ସମସ୍ୟା । ଆଦିତ୍ୟ ଆଲୁମିନିୟମ ତାହାର ସାମାଜିକ ଦାୟିତ୍ୱବଦ୍ଧତାର ଅଂଶସ୍ୱରୂପ ଏଠାରେ ମୋତିଆବିନ୍ଦୁ ଅସ୍ତେ୍ରାପଚାର ସୁବିଧା ଯୋଗାଇ ଦେଉଛି । ଗ୍ଲାଉକୋମା, କର୍କଟ, ମଧୁମେହ ଆଦି କାରଣରୁ ଦୃଷ୍ଟିଶକ୍ତି ନଷ୍ଟ ହେବାରୁ ସୁରକ୍ଷିତ ରଖିବା କମ୍ପାନୀ ଚାହଁ । ଚକ୍ଷୁର ଯତ୍ନ ନେବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଦୃଷ୍ଟିନିବଦ୍ଧ କରୁଥିବା ଏକ ଅଭିଯାନ ଆଦିତ୍ୟ ଆଲୁମିନିୟମ ଖୁବଶୀଘ୍ର ଆରମ୍ଭ କରିବ । ଏହାର ଶୀର୍ଷକ ରଖାଯାଇଛି, ‘ଆଁଖୋଁକି ରୋଶନି ହୈ ଅନମୋଲ ’, ଯାହା ଏକାନ୍ତ ସତ୍ୟ । 

ଶ୍ରୀ ନାୟକ ଆଉ ମଧ୍ୟ କହିଛନ୍ତି, “ଏହି ବ୍ଲକଗୁଡିକରେ ଚିକିତ୍ସା ଶିବିର, ବିଦ୍ୟାଳୟଗୁଡିକ ଏବଂ ଦରିଦ୍ର ଜନସାଧାରଣଙ୍କ ସମେତ ୧୫,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବାକୁ ଆମର ଲକ୍ଷ୍ୟ ରହିଛି ।”

ଆଦିତ୍ୟ ଆଲୁମିନିୟମର ମାନବ ସମ୍ବଳ ବିଭାଗ ଭିପି ଡା. ବିବେକାନନ୍ଦ ମିଶ୍ର କହିଥିଲେ, “ଭିଜନ ସେଣ୍ଟର ଜରିଆରେ ସୁଲଭ ମୂଲ୍ୟରେ ଏବଂ ଗୁଣାତ୍ମକ ଚକ୍ଷୁ ଯତ୍ନ  ସୁବିଧା ଯୋଗାଇବା ନେଇ ଆମେ ଆନନ୍ଦିତ, କାରଣ ଦୃଷ୍ଟିଶକ୍ତି ବ୍ୟତୀତ ଅନ୍ୟ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହି ଭିଜନ ସେଣ୍ଟର ରୋଗୀଙ୍କ ଦ୍ୱାର ଦେଶରେ ସେବା ଯୋଗାଇ ଦେଉଛି ।”

ଭିଜନ କେୟାର ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି  ଇନିସିଏଟିଭ ଆଣ୍ଡ ରୁରାଲ ଡେଭଲପମେଣ୍ଟର ଚେୟାରପର୍ସନ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଦ୍ୱାରା ପ୍ରଦତ୍ତ ଏକ ନିର୍ଦ୍ଦେଶ  । ଏହି ଗ୍ରୁପ୍‍ ୭୦୦୦ ଗ୍ରାମରେ କାର୍ଯ୍ୟ କରୁଛି ଏବଂ ବାର୍ଷିକ ୫୦୦୦ ପାଖାପାଖି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରୁଛି  । 

Leave A Reply

Your email address will not be published.