ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା  ଗ୍ୟାସ ଚୁଲା-ସିଲିଣ୍ଡର ଓ ମାସ୍କ ବଣ୍ଟନ

0

ଟିଟିଲାଗଡ, (ଗୌରବ ଦର୍ଜୀ)- ଆଜି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ବ୍ଲକ ବାନ୍ଧୂପଲା ଗ୍ରାମପଞ୍ଚାୟତ ଅଫିସ ପରିସର ରେ ବାନ୍ଧୂପଲା ପଞ୍ଚାୟତର ବିଭିନ୍ନ ଅଙ୍ଗନୱାଡି କର୍ମୀମାନଙ୍କୁ ଗ୍ୟାସ ଚୁହ୍ଲା ସହ ଗ୍ୟାସ ସିଲିଣ୍ଡର ବଣ୍ଟନ କରିଛନ୍ତି।  ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଦ୍ୟୁତଲତା ପାତ୍ରଙ୍କ ସଭାପତିତ୍ବରେ ବାନ୍ଧୂପଲା ପଞ୍ଚାୟତ କାର୍ୟାଳୟ  ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାକାନ୍ତି ପଟେଲ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।  କୁମ୍ଭେପଡ଼ାର ଦୁହ୍ଲଦିନି ଭୋଇ, ନୂଆପଡ଼ା ପଲ୍ଲବୀ ନନ୍ଦ , ବୁର୍ଡି ପଡ଼ାର ନୁରାବତି ସାହୁ , ବାନ୍ଦୁପଲାର ତ୍ରିଶୁଲା ପୁଟେଲ ଓ ଜାହ୍ନବୀ ଦୀପ , ଦେଶିଲର ପଦ୍ମା ମାଝୀ, ଚାହଁରଭଟା ରମ୍ଭା ଜାଲ ପ୍ରମୁଖଙ୍କୁ ଜାଳେଣି ଗ୍ୟାସ ସିଲିଣ୍ଡର  ସହ ଗ୍ୟାସ ଚୁହ୍ଲା ପ୍ରଦାନ କରିଛନ୍ତି।  ଏହି ପରିପ୍ରେକ୍ଷିରେ  ଉପସ୍ଥିତ ସ୍ଥାନୀୟ ଏସଏଚଜି ମହିଳା ଓ ଶିଶୁ  ମାନଙ୍କୁ ମାକ୍ସ ମଧ୍ୟ ବଣ୍ଟନ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ। ଏହି ଅବସର ରେ ବିଭିନ୍ନ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.