ଟିଟିଲାଗଡ, (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ଼ର ବିଦାୟୀ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିଜ କାର୍ଯ୍ୟଭାର ନୂତନ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ ହସ୍ତାନ୍ତର କରିଛନ୍ତି। ଶ୍ରୀ ମହାଜନ ଟିଟିଲାଗଡ ର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରି ଖୁସି ପ୍ରକାଶ କରିଛନ୍ତି। ଟିଟିଲାଗଡ ଉପଖଣ୍ଡ ର ସମସ୍ତ ପ୍ରକାର ଉନ୍ନତି ପାଇଁ କାର୍ଯ୍ୟ , ଆଇନ ଶୃଙ୍ଖଳା, ପ୍ରଶାସନିକ କାର୍ଯ୍ୟଭାର କରିବେ ବୋଲି କହିଛନ୍ତି। ଟିଟିଲାଗଡର ଉପ ଜିଲ୍ଲାପାଳ ତଥା ଏସଡିଏମ ଓ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ କଳାହାଣ୍ଡି ପିଡି ଡିଆରଡିଓ ଭାବେ ବଦଳି ହେବା ପରେ ଶ୍ରୀ ମହାଜନ ଟିଟିଲାଗଡ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ରେ ବିଡିଓ, ବଲାଙ୍ଗୀର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ପ୍ରଶାସକ, ବଲାଙ୍ଗୀର ତହସିଲଦାର, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ଜମି ଅଧିଗ୍ରହଣ ଏବଂ ଆର୍ଥିକ ରାଶି ପ୍ରଦାନ କାର୍ଯ୍ୟ ରେ ଇଯୁକ୍ତ ରହି ଦାୟିତ୍ଵ ତୁଲାଇଥିବା ୨୦୧୮ ବ୍ୟାଚ ର ଆଇଏଏସ ଶ୍ରୀ ମହାଜନ ମନୋଜ ସତ୍ୟବାନଙ୍କୁ ରାଜ୍ୟ ସରକାର ଟିଟିଲାଗଡ ଉପ ଜିଲ୍ଲାପାଳ ଭାବେ ଦାୟିତ୍ଵ ଦେଇଛନ୍ତି। ଟିଟିଲାଗଡ ଗଣମାଧ୍ୟମ ପ୍ରତିନିଧିମାନେ ଓ ଉପ ଜିଲ୍ଲାପାଳ କାର୍ଯ୍ୟଳୟର ସଦସ୍ୟ ମାନେ ଶ୍ରୀ ମହାଜନଙ୍କୁ ସ୍ଵାଗତ କରିଥିବା ବେଳେ ଶ୍ରୀ ଉପାଧ୍ୟାୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.