ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚ ଉନ୍ନତି କରଣ  ଓ ନୂତନ ଗୃହ ନିର୍ମାଣ ପାଇଁ ଭୂମି ପୂଜନ

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୩୪ର ସତ୍ୟନଗର ସ୍ଥିତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରାର୍ଥନା ଗୃହ-ଚର୍ଚ୍ଚ ର ଉନ୍ନତି କରଣ ଏବଂ ନୂତନ ଗୃହ ନିର୍ମାଣର୍ଥେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସହାୟତା ବାବଦରେ ୨କୋଟି ଟଙ୍କା ମଞ୍ଜୁର କରାଯାଇଛି | ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ନିମିତ୍ତ  ସତ୍ୟନଗର ଚର୍ଚ୍ଚ ପରିସରରେ ଚର୍ଚ୍ଚର ଫାଦର, ବାରବାଟୀ ପୂର୍ବତନ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଡିଭିଜନ-୧ ଗୃହ ଏବଂ ରାସ୍ତା ନିର୍ମାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଚର୍ଚ୍ଚ ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଭୂମିପୂଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା |

ଏହି ଅବସରରେ ପୂର୍ବତନ କର୍ପୋରେଟର ଶ୍ରୀମତୀ ଭା୍ନୁପ୍ରିୟା ଦାଶ, ଶ୍ରୀମତୀ ମମତା ସାହୁ, ଶ୍ରୀମତୀ ପୁଷ୍ପାଞ୍ଜଳି ସେଠି, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଛୋଟରାୟ, କ୍ଷୀରୋଦ ବେହେରା, ବଦ୍ରିନାରାୟଣ ମିଶ୍ର, ନିହାର ରଞ୍ଜନ ଦାଶ, ଦିଲ୍ଲୀପ ସେନାପତି, ଶାନ୍ତିକେତନ ଦାସ, ରାଜୁ ସାହୁ, ବିଜୟଲକ୍ଷ୍ମୀ ମହାପାତ୍ର, ଲିଲି ନାୟକ, ଲୋରା ମହାପାତ୍ର, ଜୀବନ ବଲ୍ଲଭ ପଟ୍ଟନାୟକ, ଅଖିଳ ମହାପାତ୍ର, ଦୀଲଦାର, ସୁପ୍ରିୟା ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ |

Leave A Reply

Your email address will not be published.