ରଣପୁରରେ ବନମହୋତ୍ସବ ଦିବସ : ଘାଟ ନିର୍ମାଣ ସେଵା ସଙ୍ଘ ଦ୍ୱାରା ବୃକ୍ଷରୋପଣ !

0

ରଣପୁର /ପ୍ରସନ୍ନ କୁମାର ସାମନ୍ତରାୟ : ପରିବେଶ କୁ ସବୁଜ ସୁନ୍ଦର ଏବଂ ଅମ୍ଳଜାନର ଅଭାବ କୁ ଆଖି ଆଗରେ ରଖି ସାରା ବିଶ୍ୱରେ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ ସେହି ପରିପେକ୍ଷୀରେ  ନୟାଗଡ ଜିଲ୍ଲା  ରଣପୁର ବନାଞ୍ଚଳ ଅନ୍ତର୍ଗତ ମଣିନାଗ ପୀଠରେ ଚଳିତ ବର୍ଷ ସ୍ଥାନୀୟ ଘାଟ ନିର୍ମାଣ ସେବା ସଙ୍ଘ ସଭାପତି କୈଳାସ ଚନ୍ଦ୍ର ରଥଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ବୃକ୍ଷ ରୋପଣର କିଛି ସମୟ ପୂର୍ବରୁ “ବୃକ୍ଷ ହିଁ ଜୀବନ” କୁ ନେଇ ଏକ ଅଧଘଣ୍ଟିଆ ସଚେତନତା ସଭା କରାଯାଇଥିଲା ଏବଂ ଏହି ସଭାରେ ସ୍ବର୍ଗତ ପରିବେଶବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉପଲକ୍ଷେ ଏକ ନିରବ ପ୍ରାର୍ଥନା କରାଯାଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ  ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲାର ସ୍ୱନାମଧନ୍ୟ ପ୍ରକୃତିବିତ  ଶ୍ରୀଯୁକ୍ତ ବିଜୟ କୁମାର ମହାପାତ୍ର ଏବଂ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନାୟକ  ଯୋଗ ଦେଇଥିଲେ|  କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଘାଟ ନିର୍ମାଣ ସେବା ସଂଘ ର ସମସ୍ତ  ସଦସ୍ୟ ସରକାରଙ୍କ ସମସ୍ତ  କୋଭିଡ ନିୟମକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.