ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଚିନିକଳର କର୍ମଚାରୀ ୟୁନିୟନ କର୍ମକର୍ତ୍ତା 

0

ଝାରବନ୍ଧ-ମନୋହର ଦାଶ: ବରଗଡ଼ ସମବାୟ ଚିନି କଳ କର୍ମଚାରୀ ୟୁନିୟନର ସଭାପତି ଶ୍ରୀ ପ୍ରଦୀପ ଦେବତା ଏବଂ ସମ୍ପାଦକ ଶ୍ରୀ ସୁବ୍ରତ କୁମାର ସାହୁ ଏବଂ ଚିନି କଳର କର୍ମଚାରୀ ମାନେ ବରଗଡ଼ ଜିଲ୍ଲାର ନୁତନ ଜିଲ୍ଲାପାଳ ଶ୍ରୀମତୀ ମନିଷା ବାନାର୍ଜୀଙ୍କୁ ସୌଜନ୍ୟ ମୁଳକ ସାକ୍ଷାତକାର କରି ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ । ଶ୍ରୀ ଦେବତା ଜିଲ୍ଲାପାଳଙ୍କୁ ବରଗଡ଼ ସମବାୟ ଚିନି କଳ ର ବିଭିନ୍ନ ସମସ୍ୟା ଯଥା ଦିର୍ଘ ୬ ବର୍ଷ ହେଲା ଚିନି କଳକୁ ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ ଦିଆ ନଯିବା, ବର୍ତ୍ତମାନର ଅସ୍ଥାୟୀ ନିର୍ଦ୍ଦେଶକ ଚିନି କଳ କୁ ଯାଉ ନଥବା, ଚିନି କଳ ର କର୍ମଚାରୀ ଦିରର୍ଘ ୪୬ ମାସ ହେଲା ଦରମା ପାଇନଥିବା ଇତ୍ୟାଦି ଜଣାଇଥିଲେ । ଜିଲ୍ଲାପାଳ  ଚିନି କଳ ସମସ୍ୟା ଜାଣିଥିବା ଏବଂ ବରଗଡ଼ ସମବାୟ ଚିନି କଳ ରେ ଇଥାନଲ ତିଆରି ହେଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିବା ସହିତ ଏହାର ଏକ ସବିଶେଷ ତଥ୍ୟ ମାଗିଛନ୍ତି ବୋଲି କହିଥିଲେ । ଶ୍ରୀ ଦେବତା ଜିଲ୍ଲାପାଳଙ୍କୁ ଚିନି କଳ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଥିଲେ ଏବଂ ଜିଲ୍ଲାପାଳ ତାହାକୁ ଗ୍ରହଣ କରିଥିଲେ ।

Leave A Reply

Your email address will not be published.