ରାୟଗଡ:/ସରୋଜ ସାହୁ :-ରାଜ୍ୟରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ହାର ଜୁନ୍ ମାସରୁ ହ୍ରାସ ପାଇବା ପରେ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି 16ଦିନ ବୃଦ୍ଧି କରିଥିଲେ ସୁଦ୍ଧା ସମସ୍ତ ଜିଲ୍ଳାରେ କଟକଣା ଆଂଶିକ ଭାବେ ଆସନ୍ତା ଜୁଲାଇ 16ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟବିକ୍ରୟ ପାଇଁ ସକାଳ 6ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ସଦର ମହକୁମାରେ ମଧ୍ୟ କୋଭିଡ-19 କଟକଣା ମଧ୍ୟରେ ଦୋକାନ ବଜାର ଖୋଲିବା ସହ ପୂର୍ବପରି ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ନିୟମକୁ କଡାକଡି ଭାବେ ମାନି ଚଳିବା ପାଇଁ ଆଜି ପୂର୍ବାହ୍ନରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଏସପି. ବିବେକାନନ୍ଦ ଶର୍ମା ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବା ସହିତ ସ୍ଥିତିର ଅନୁଧ୍ୟାନ କରିଥିଲେ । ବିଶେଷ କରି କପିଳାସ ଛକ ଠାରୁ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଓ ଓଭର ବ୍ରିଜ ତଳେ ଥିବା ପରିବା ବଜାର ମୁଖ୍ୟ ବଜାର ପରିକ୍ରମା କରି ବ୍ୟବସାୟୀମାନଙ୍କୁ ନିୟମ ମଧ୍ୟରେ ରହି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାପାଳ ଶ୍ରୀ ମିଶ୍ର ଓ ଏସ.ପି.ଶ୍ରୀ ଶର୍ମାଙ୍କ ଏହି ଅନୁଧ୍ୟାନ ସମୟରେ ଉପଜିଲ୍ଳପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ତହସିଲଦାର ଉମାଶଙ୍କର ବେହେରା,ଏସଡିପିଓ ଦିବ୍ୟଜ୍ୟୋତି ଦାସ,ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.