ଭଦ୍ରକ ବ୍ଲକ୍ସୀ/ତାକାନ୍ତ ପାଢ଼ୀ:ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକର ସ୍ବତନ୍ତ୍ର ପୋକସୋ(ଫାଷ୍ଟ ଟ୍ରାକ) କୋର୍ଟର ଉଦ୍ଘାଟନ ଆଜି ସକାଳ ୯ ଟାରେ ଭର୍ଚୁଆଲ ମୁଡରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଲିଧରନଙ୍କ କରକମଳରେ ଉଦ୍ଘାଟନ ହୋଇଯାଇଛି। ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶ ବ୍ୟାପି ନାବାଳିକା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ମାମାଲା ଗୁଡିକ ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋସ୍କୋ ଆଇନକୁ ଅଧିକ କଡାକଡି କରିବା ସହ ସେହି ମାମଲା ଗୁଡିକ ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ୬ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ ପ୍ରଣିତ ହୋଇଛି । ସେଥିପାଇଁ ଆନୁଷଙ୍ଗିକ କୋର୍ଟ ତଥା ବିଚାରପତି ନିଜୁକ୍ତି ପାଇଁ ସରକାର ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବା ପରେ ଆଜି ଭଦ୍ରକ ସମେତ ରାଜ୍ୟର ୧୫ ଗୋଟି ଜିଲ୍ଲାରେ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ଶୁଭ ଉଦ୍ଘାଟନ ହୋଇଛି । ଏହି କୋର୍ଟର ସମସ୍ତ ବିଚାରପତି ମାନେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଥା ସେମାନଙ୍କୁ ଅସ୍ଥାୟିଭାବେ ନିଯୁକ୍ତି ଦିଆ ଯାଇଛି । ସେହି ଅନୁଯାୟି ଭଦ୍ରକରେ ଶ୍ରୀମତି ମିନତି କୁମାରୀ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। ଆଜିର ଏହି ଉଦଘାଟନି ସମାରୋହରେ ଭଦ୍ରକ ଜିଲ୍ଲା ଜଜ ଶିଶିର କୁମାର ରଥ,ପରିବାର ଅଦାଲତ ଜଜ୍ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ, ବରିଷ୍ଟ ଦେୱାନି ଜଜ ହିମାଂସୁ ଶେଖର ବିଶ୍ବାଳ, କନିଷ୍ଟ ଦେୱାନି ଜଜ ଅବିନାଶ ଚିନ୍ନାରା, ସହକାରି ବରିଷ୍ଟ ଦେୱାନି ଜଜ୍ ଶରପ୍ରମୁଖ ଓକିଲ ସଂଗର ସମସ୍ତ କର୍ମ କର୍ତ୍ତା ଓ କୋର୍ଟର ସ୍ବତନ୍ତ୍ର ସରକାରୀ ଓକିଲ ମନୋରଂଜନ ଦାସ ପ୍ରମୁଖ ଉପସ୍ତିତ ଥିଲେ।
Sign in
Sign in
Recover your password.
A password will be e-mailed to you.