ମିଳିତ ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0 2

 ସମ୍ବଲପୁର -ରମାକାନ୍ତ ବିଶ୍ବାଳ : ମିଳିତ ବାମପନ୍ଥୀ ଦଳ ପକ୍ଷରୁ ସୋମବାର ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆକାଶଛୁଆଁ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧିକୁ ବାମପନ୍ଥୀ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା I କରୋନା ଯୋଗୁଁ ଶ୍ରମିକଙ୍କୁ ଆଜି ଯାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ନାହିଁ, ତେଣୁ ତୁରନ୍ତ ଅର୍ଥରାଶି ପ୍ରଦାନ କରାଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ଏ ସଂକ୍ରାନ୍ତ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ରେଙ୍ଗାଲିରେ ବିଡ଼ି ଶ୍ରମିକଙ୍କ ପାଇଁ ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବାକୁ ସରକାର ମଞ୍ଜୁର କରିଥିଲା ବେଳେ ଏହା ଆଜିଯାଏ କାର୍ଯ୍ୟକାରୀ ହୋଇନି ଶ୍ରମିକଙ୍କ ହିତ ପାଇଁ ତୁରନ୍ତ ଏହି ଡାକ୍ତରଖାନା ନିର୍ମାଣ, ସ୍ଥାନୀୟ କଳକାରଖାନାରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର, ଆୟକର ଦେଉନଥିବା ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖାଏଁ ଭତ୍ତା, ବିଜୁଳୀ ଶିଳ୍ପରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା, ମୃତ୍ୟୁ ହୋଇଥିବା ଶ୍ରମିକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଏବଂ ସାହାଜବାହାଲ ଓ ବସନ୍ତପୁର ଚାଷୀଙ୍କୁ ସ୍ଥାୟୀ ଜମି ପଟ୍ଟା ଦିଆଯାଉ ବୋଲି ଦାବି କରାଯାଇଛି I ଏନ. ଗୋପାଳ, ମିତ୍ରଭାନୁ ପୋଢ଼, ରବିନ୍ଦ୍ର ମହାନ୍ତି, କ୍ଷୀରୋଦ ସିଂଦେଓ, ସନ୍ତୋଷ ଖଡ଼ିଆ ଓ ଭି. ରାମାରାଓ ପ୍ରମୁଖ ବାମପନ୍ଥୀ ଦଳର ନେତା ଓ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ I

 

Leave A Reply

Your email address will not be published.