ପୋଲିସ ର ତ୍ବରିତ ପଦକ୍ଷେପ,ଯୁବକଙ୍କ ଜମାଖାତାକୁ ଫେରିଲା ୭୦ ହଜାର ଟଙ୍କା 

0 2

 ସମ୍ବଲପୁର /ରମାକାନ୍ତ ବିଶ୍ବାଳ:  ଅଇଁଠାପାଲି ପୋଲିସର ତ୍ଵରିତ ପଦକ୍ଷେପ ଯୋଗୁଁ ସାଇବର୍‌ ଲୁଟର ଶିକାର ହୋଇଥିବା ଜଣେ ଯୁବକ ୭୦ ହଜାର ଟଙ୍କା ଫେରିପାଇଛନ୍ତି। ପ୍ରକାଶ ଯେ, ବୁଢ଼ାରଜା ଅଞ୍ଚଳର ସଂକଳ୍ପ ମିଶ୍ର ଗତ ୧୨ ତାରିଖରେ ଅନ୍‌ଲାଇନ୍‌ରେ ଖାଦ୍ୟ ପାଇଁ ସର୍ଚ କରୁଥିବା ସମୟରେ ସାଇବର୍ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ । ଲୁଟେରା ଜଣକ ତାଙ୍କୁ ପ୍ରଥମେ ଏଟିଏମ୍ କାର୍ଡ ତଥ୍ୟ ମାଗିଥିଲା। ତା’ପରେ ତାଙ୍କ ମୋବାଇଲକୁ ଆସିଥିବା ଓଟିପି ଦେବାକୁ କହିଥିଲା। ସଂକଳ୍ପ ତାହା ଦେବା ପରେ ତାଙ୍କ ଜମାଖାତାରୁ ୭୦,୨୪୫ ଟଙ୍କା କଟି ଯାଇଥିଲା। ଏ ନେଇ ଗତ ୧୪ ତାରିଖରେ ସଂକଳ୍ପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାରୁ ମାତ୍ର ୧୫ ଦିନ ଭିତରେ ସଂକଳ୍ପଙ୍କ ଜମାଖାତାକୁ ସବୁ ଟଙ୍କା ଫେରିଥିଲା I

Leave A Reply

Your email address will not be published.