ସରକାରୀ ଜମିକୁ କିଣା ବିକା କରୁଥିବା ଅଭିଯୋଗ : ତୁରଲା ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ ।

0 2

ଟିଟିଲାଗଡ, ( ଗୌରବ ଦର୍ଜୀ)-ଟିଟିଲାଗଡ ତହସିଲ ଅନ୍ତର୍ଗତ ତୁରଲା  ଗାଁ ରେ ଥିବା ସରକାରୀ ଜମି କୁ ଚଞ୍ଚକତା କରି କିଛି ଲୋକ ହାତେଇ ନେଇଥିବା ସହିତ ବିକ୍ରି କରୁଥିବା ଅଭିଯୋଗ କରି ଆଜି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭାଗୀୟ କାର୍ୟନୁଷ୍ଟାନ ଦାବି କରିଥିଲେ । ଅଭିଯୋଗ ଅନୁଶାରେ ତୁରଲା ଗାଁ ର ଏହି ଜମି ସରକାରୀ ଜମି ଓ ଏହା ପତିତ ଜମି ଭାବରେ ସରକାରୀ ଖାତାରେ ଉଲ୍ଲେଖ ଅଛି , ଏହି ଜମି ରେ ଗାଁ ଲୋକେ ଖେଳ ପଡିଆ ସହିତ ମଶାଣି ଭାବରେ ଲୋକେ ବ୍ୟବହାର କରୁଛନ୍ତି । ଏହି ଜମି କୁ କିଛି ବର୍ଷ ପୂର୍ବରୁ କିଛି ଲୋକ ଦଲାଲ ଓ ଅସାଧୁ କର୍ମଚାରୀ ଙ୍କୁ ହାତ କରି ନିଜ ନାଁ ରେ କରେଇ ନେବା ସହିତ ବର୍ତ୍ତମାନ ବିକ୍ରି କରୁଛନ୍ତି । ଏହି ଜମି କୁ ଗ୍ରାମବାସୀ ବିଭିର୍ଣ୍ଣ କମ ଯଥା ଶ୍ମଶାନ , ଖେଳ ପଡିଆ ଓ ଗାଈ ଚରାଇବା ପାଇଁ ବ୍ୟବହାର କରୁଥିବାରୁ ଏହି ଜମିକୁ ଛାଡ଼ିବେ ନହିଁ ବୋଲି ଆଜି ଜିଦ କରିବା ସହିତ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ଦଲାଲ ଓ ଅସାଧୁ କର୍ମଚାରୀଙ୍କ ମିଳିତ ସହଯୋଗ ରେ ଏଭଳି ଜମି ହଡପ ହୋଇଥିବାରୁ ଜମି କୁ ପୁଣି ଗାଁ ର ପତିତ ଜମି ଭାବରେ ଘୋଷଣା କରିବା ସହିତ ଦୋଷୀ ବ୍ୟକ୍ତିଙ୍କ ବିରୂଦ୍ଧରେ କାର୍ୟନୁଷ୍ଟାନ ଗ୍ରହଣ କରିବାକୁ ଦାବି କରି ଗ୍ରାମବାସୀ ବିକ୍ଷୋଭ କରିବା ସହିତ କୌଣସି ପ୍ରକାରେ ଏହି ଜମି କୁ ଦେବେ ନାହିଁ ଓ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି କହିଥିଲେ । ଏ ସମ୍ପର୍କରେ ତହସିଲଦାର ଙ୍କୁ ପଚାରିବାରୁ ସେ କହିଥିଲେ RI ରିପୋର୍ଟ ଅନୁଶାରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Leave A Reply

Your email address will not be published.