ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୩ କୋଟି ୨୯ ଲକ୍ଷ ୭୬ ହଜାର ୩୬୨ ଟଙ୍କାର ଲାଭାଂଶ ପ୍ରଦାନ

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡିଶା କୃଷି ଶିଳ୍ପ ନିଗମର ନିର୍ଦ୍ଦେଶକ ମଣ୍ଡଳୀର ସୁପାରିଶ ଏବଂ ଅଂଶୀଦାରମାନଙ୍କ ଅନୁମୋଦନ କ୍ରମେ ନିଗମର ଅଂଶୀଦାରମାନଙ୍କୁ ବାର୍ଷିକ ଲାଭାଂଶର ୩୦ ପ୍ରତିଶତ ପ୍ରଦାନ ପାଇଁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ  ଓଡିଶା ସରକାରଙ୍କୁ ନିଗମ ପକ୍ଷରୁ ଅଂଶଧନ ଲାଭ ବାବଦରେ ମୋଟ ୩ କୋଟି ୨୯ ଲକ୍ଷ ୭୬ ହଜାର ୩୬୨ ଟଙ୍କା ପ୍ରଦାନ କରାଯାଇଛି ।  ଏହି ପରିପ୍ରେକ୍ଷୀରେ ଭାରଚ୍ୟୁଆଲ ମୋଡ଼ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  ୫ଟି ସଚିବ  ଭି.କାର୍ତିକେୟନ ପାଣ୍ଡିୟାନ ଓ  କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ,  ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଲାଭାଶ ଟଙ୍କାକୁ  ରାଜ୍ୟ କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ପ୍ରଦାନ କରିଥିଲେ । କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା ପ୍ରାରମ୍ଭରେ ଓଡିଶା କୃଷି ଶିଳ୍ପ ନିଗମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ । ଓଡିଶା କୃଷି ଶିଳ୍ପ ନିଗମ ୧୯୬୨ ମସିହାରୁ କୃଷି ବିଭାଗର କୃଷି ଯାନ୍ତ୍ରିକୀକରଣ, ଇନପୁଟସ୍ ଓ ଉଠା ଜଳସେଚନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାରେ ରାଜ୍ୟର ଚାଷୀମାନଙ୍କ ନିକଟରେ ପହଂଚାଇବା ପାଇଁ କାର୍ଯ୍ୟ କରିଆସୁଅଛି । ଓଡିଶା କୃଷି ଶିଳ୍ପ ନିଗମରେ ରାଜ୍ୟ ସରକାରଙ୍କ ୩୮ ଲକ୍ଷ ୭୯ ହଜାର ୫୨୨ ଟି ଅଂଶଧନ ରହିଛି ଏବଂ ପ୍ରତ୍ୟେକ ଅଂଶର ମୂଲ୍ୟ ୮ ଟଙ୍କା ୫୦ ପଇସା ରହିଛି । ଏହି ବୈଠକରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଶିଳ୍ପ ନିଗମର କମ୍ପାନୀ ସେକ୍ରେଟାରୀ ବାଙ୍କ ବିହାରୀ ପ୍ରଧାନ, ଡିଜିଏମ (ଫାଇନାନ୍ସ) ରବିନ୍ଦ୍ର କୁମାର ନାୟକ ଓ ଡିଜିଏମ(ଟେକ) ଶୁଭକାନ୍ତ ଭୁୟୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା କୃଷି ଶିଳ୍ପ ନିଗମ ୫ଟି ମନ୍ତ୍ରରେ ଦିକ୍ଷିତ ହୋଇ କାର୍ଯ୍ୟ କରିଆସୁଥିବା ସହ କୋଭିତ ମୁକାବିଲା ପାଇଁ ସିଆରସି ପାଣ୍ଠିକୁ ଏକ କୋଟି ଟଙ୍କା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଫନି ବାତ୍ୟାର ପୁନରୁଦ୍ଧାର ଓ ପୁନର୍ବାସ ପାଇଁ ଏକ କୋଟି ଟଙ୍କା ଓ କୋଭିଡ ମୁକାବିଲା ପାଇଁ ତିରିଶ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବିଷୟକୁ ନେଇ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଜୁନ ୨୩ ବାରିପଦାରେ ପ୍ରେସ୍ ବିବୃତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.