ମିଶନଶକ୍ତି ବିଭାଗ ଓଡିଶା ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସ୍ୱାକ୍ଷରିତ ହେଲା ଚୁକ୍ତି 

0 2

ମହିଳାଙ୍କ ସ୍ୱାବଲମ୍ବନ କ୍ଷମତା ଏବଂ ଆର୍ଥିକ ମାନଦଣ୍ଡ ବୃଦ୍ଧି ଦିଗରେ ବଳିଷ୍ଠ ପଦକ୍ଷେପ 

ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟରେ ମହିଳାମାନଙ୍କୁ କିଭଳି ଅଧିକ ସ୍ୱାବଲମ୍ବୀ କରାଯାଇ ପାରିବ ଏବଂ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହୋଇପାରିବ ତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ ଗ୍ରହଣ କରାଯାଇଛି । ରାଜ୍ୟ ମିଶନ ଶକ୍ତି ବିଭାଗ ସହିତ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।  ଏହି ବୁଝାମଣା ପତ୍ର ଦ୍ୱାରା ଆଗାମୀ ଦିନରେ ରାଜ୍ୟରେ ମହିଳାମାନଙ୍କ  ପୋଷଣ ସୁରକ୍ଷା ହୋଇପାରିବେ । ଏହାସହିତ ମହିଳାମାନକ ଆର୍ଥିକ ଉନ୍ନତି ହେବ ।

ବୁଧବାର ଡବ୍ଲୁଏଫପି ନିର୍ଦ୍ଦେଶକ ବିସୋ ପାରାଜୁଲି  ଏବଂ ମିଶନ ଶକ୍ତି ବିଭାଗ ସଚିବ ସୁଜତା ଆର. କାର୍ତିକେୟନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ରହିଛି ଯେ ଡବ୍ଲୁଏଫପି ଏବଂ ଓଡିଶା ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିକଟରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ସେମାନଙ୍କ ଜୀବିକା ନିର୍ବାହକୁ ଦୃଢ କରି ଘରୋଇ ଖାଦ୍ୟ ଏବଂ ପୁଷ୍ଟିକର ସୁରକ୍ଷାକୁ ଦୃଢ କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ ।  ଓଡିଶାରେ ପୋଷଣ ସୁରକ୍ଷା ସଶକ୍ତିକରଣ ହାସଲ କରିବା ଲାଗି କରାଯାଇଥିବା ଏହି  ବୁଝାମଣା ପତ୍ରରେ ରାଜ୍ୟରେ ମହିଳାମାନଙ୍କର ଜୀବିକା ଏବଂ ଆୟ ବୃଦ୍ଧି ହେବ । ଏହି ଅବସରରେ  ଡବ୍ଲୁଏଫପି ନିର୍ଦ୍ଦେଶକ ପାରାଜୁଲି କହିଥିଲେ ଯେ   ମହିଳା ସଶକ୍ତିକରଣ, ଜୀବିକା ଏବଂ ଆୟ ଉପରେ ଧ୍ୟାନ ଦେଇ ଓଡିଶାରେ ପୁଷ୍ଟିକର ନିରାପତ୍ତା ହାସଲ କରିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସହଭାଗୀତା  । ଏହାସହ କରୋନା ମହାମାରୀ ଦ୍ବାରା ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଦୁର୍ବଳତାକୁ ଦୂର କରିବାରେ ବିଶେଷ ସହାୟକ ହେବ ।

କାର୍ଯ୍ୟକ୍ରମରେ ଶ୍ରୀମତୀ କାର୍ତ୍ତିକେୟନ କହିଥିଲେ ଯେ  ସ୍ଥାୟୀ ଜୀବିକା ଉନ୍ନତ ଘରୋଇ ଖାଦ୍ୟ ଏବଂ ପୁଷ୍ଟିକର ନିରାପତ୍ତା ନିଶ୍ଚିତ କରିଥାଏ, ଏହା ମହିଳାମାନଙ୍କର ସାମଗ୍ରିକ ସଶକ୍ତିକରଣରେ ପରିଣତ ହୁଏ । ଏହି ସହଯୋଗ ବୈଷୟିକ ସହାୟତା ଏବଂ ଦକ୍ଷତା ବିକାଶ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସମର୍ଥନ କରିବ। ଦୀର୍ଘକାଳୀନ ଖାଦ୍ୟ ନିରାପତ୍ତାରେ ସିଧାସଳଖ ସହଯୋଗ କରିବ । ସେ ଆହୁରି ମଧ୍ୟ  କହିଥିଲେ ଯେ , ଜୀବିକା ନିର୍ବାହ ପାଇଁ ଏସଏଚଜି ସହିତ କାର୍ଯ୍ୟ କରିବା, ଘରର ପୁଷ୍ଟିକର ନିରାପତ୍ତାକୁ ସୁଦୃଢ କରିବା ଏବଂ ନିଷ୍ପତ୍ତି ନେବାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ମିଶନ ଶକ୍ତି ବିଭାଗର ମୂଳ ଉଦ୍ଦେଶ୍ୟ  । ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ  କାର୍ଯ୍ୟକାରୀ  ହେବାକୁ ଥିବା ଏହି ସହଭାଗୀତା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଯୋଗାଯୋଗରେ ଉନ୍ନତି ଆଣିବା, ଅଧିକାର ଉପରେ ସଚେତନତା ବୃଦ୍ଧି, ମହିଳା ଗୋଷ୍ଠୀର ଦକ୍ଷତା ବୃଦ୍ଧି, ଏବଂ ପରିଚାଳନା ଉପକରଣର ବିକାଶ ଏବଂ ଗୋଷ୍ଠୀର କାର୍ଯ୍ୟରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେବ ବୋଲି ଜଣାଯାଇଛି ।

Leave A Reply

Your email address will not be published.