ଏମ.କେ.ସି. ହାଇସ୍କୁଲରେ ସ୍ୱୟଂ ଚାଳିତ ତାପମାତ୍ରା ମାପକ ଯନ୍ତ୍ର କାର୍ଯ୍ୟକ୍ଷମ

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱୟଂ ଚାଳିତ ତାପମାତ୍ରା ମାପକ ଯନ୍ତ୍ର କାର୍ଯ୍ୟକ୍ଷମ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ଏହାକୁ ଉଦ୍‌ଘାଟନ କରିଥିଲେ । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ତରଫରୁ ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ ବୈଜ୍ଞାନିକ ଡ. ସୁଧୀରଞ୍ଜନ ତ୍ରିପାଠୀଙ୍କ ଉଦ୍ୟମରେ ବିଦ୍ୟାଳୟକୁ ପାଞ୍ଚଟି ସ୍ୱୟଂ ଚାଳିତ ତାପମାତ୍ରା ମାପକ ଯନ୍ତ୍ର ମିଳିଛି । ବିଦ୍ୟାଳୟର ଶିକ୍ଷକ ତଥା ପୁରାତନ ଛାତ୍ର ସଂସଦ ଶିକ୍ଷକ ସଂଯୋଜକ ଅମିତାଭ ମିଶ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଶିକ୍ଷକ ମନୋଜ କୁମାର ପରିଡା, ପ୍ରଦୀପ କୁମାର ଦଣ୍ଡପାଟ, ଅମୂଲ୍ୟ କୁମ୍ଭକାର, ଉପେନ୍ଦ୍ର ନାଥ ବେହେରା, ଶକୁନ୍ତଳା ସେଠୀ ପ୍ରମୁଖ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଡ. ସୁଧୀର ରଞ୍ଜନ ତ୍ରିପାଠୀ ପୂର୍ବରୁ ବିଦ୍ୟାଳୟକୁ ମାସ୍କ, ସାନିଟାଇଜର, ଗ୍ଲୋବସ୍‌, ଫେସସିଲଡ୍‌, ଅକ୍ସିମିଟର ପ୍ରମୁଖ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.