ପଦ୍ମପୁର(ଶାସକପ୍ରଶାସକ)-ସମଗ୍ର ଓଡ଼ିଶା ରାଜ୍ୟରେ ମହାମାରୀ କରୋନାର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାର ଙ୍କ ପ୍ରୟାସ କୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି lଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗାଁ କଲ୍ୟାଣ ସମିତି କୁ ଆର୍ଥିକ ରାଶି ଯୋଗାଇ ଦେଇ ଗାଁ ମାନଙ୍କରେ ଲୋକଙ୍କୁ ସଚେତନ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି lଆଜି ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସାନୀ ଗାଁ କଲ୍ୟାଣ ସମିତି ଅଧିନରେ ଯାଉଥିବା କୁର୍ରିଚୁଆଁ ଗ୍ରାମର ସ୍କୁଲ ଠାରୁ ମହିଳା ସ୍ବାସ୍ଥ୍ୟକର୍ମୀ କବିତାଞ୍ଜଳୀ ଦାଶଙ୍କ ତତ୍ବାବଧାନରେ ଏକ ସଚେତନତା ରାଲିର ଆୟୋଜନ କରାଯାଇ ସମଗ୍ର ଗାଁ ପରିକ୍ରମା କରାଯାଇଥିଲା l ଆଶା ଦିଦି ଲତା ବରିହା ମେଗା ଫୋନ ଜରିଆରେ ବିଭିନ୍ନ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତା ର ବାର୍ତ୍ତା ଶୁଣାଉଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଓ୍ୱାର୍ଡମେମ୍ବର ଶ୍ରୀମତୀ ପ୍ରେମାବତୀ ବେହେରା, ଅଙ୍ଗନବାଡ଼ି ଦିଦି ଶ୍ରୀମତୀ ଧନମତୀ ବରିହା ରାଲି ସହ ସାମିଲ ହୋଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ସକ୍ଷମ ହୋଇଥିଲେ l
Sign in
Sign in
Recover your password.
A password will be e-mailed to you.