ବାରିପଦାରେ ରଥ ନିର୍ମାଣ ବନ୍ଦ କରାଯିବା ଜିଲ୍ଲା ପ୍ରଶାସନର ଚକ୍ରାନ୍ତ-ଓଡ଼ିଶା ସେବାୟତ ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ୱର

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ପକ୍ଷରୁ କେବଳ ନିଳାଚଳ ଧାମ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଦୃଢ଼ ଭାବେ ନିନ୍ଦା କରିବା ସହ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ ନିମନ୍ତେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରାଯାଇଛି । ଗତ କାଲି ଏକ ପ୍ରତିନିଧି ମଣ୍ଡଳୀ ଭୂବନେଶ୍ୱର ଯାଇ ଦେବୋତ୍ତର ଆୟୁକ୍ତ, ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ ଆୟୁକ୍ତଙ୍କୁ ସାକ୍ଷାତ କରି ରଥ ଯାତ୍ରା ଓ ରଥ ନିର୍ମାଣ ଦୁଇଟି ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଏବଂ ରଥ ନିର୍ମାଣ ଓ ରଥ ଯାତ୍ରା ମହାପ୍ରଭୂଙ୍କର ଗୋଟାଏ ଗୋଟାଏ ନୀତି ।  ଓଡ଼ିଶା ସରକାର ରଥ ଟଣା ଉପରେ କଟକଣା ଉପରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛୁ । ମାମଲା ବିଚାରାଧୀନ ରହିଛି ।  କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ରଥ ନିର୍ମାଣ ଉପରେ କୌଣସି କଟକଣା ଜାରି କରାଯାଇ ନାହିଁ । ଏହି ସମୟରେ ବାରିପଦାରେ ରଥ ନିର୍ମାଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ଉଚ୍ଚ ନ୍ୟାୟାଳୟ  ଯଦି ରଥ ଟଣା ନିମନ୍ତେ ଅନୁମତି  ପ୍ରଦାନ କରନ୍ତି ତେବେ ରଥ ନିର୍ମାଣ ହୋଇ ନ ଥିବା କାରଣରୁ ପ୍ରଶାସନ ପକ୍ଷରୁ ଆମେ ପ୍ରସ୍ତୁତ ନାହୁଁ ବୋଲି ସତ୍ୟପାଠ ଦାଖଲ କରି ଅତି ସହଜ ଭାବେ ଖସିଚାଲି ଯିବାର ପଥକୁ ପରିଷ୍କାର କରାଇ ରଖିଛନ୍ତି । ରଥ ନିର୍ମାଣ ନ କରିବା ରଥ ଯାତ୍ରାକୁ ବନ୍ଦ କରାଇବା ନିମନ୍ତେ ପ୍ରଶାସନର ଏକ ଚକ୍ରାନ୍ତ ବୋଲି ଓଡ଼ିଶା ମନ୍ଦିର ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏହି ସୂଚନା ଦେବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି । 

 

Leave A Reply

Your email address will not be published.