ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର

0 2

ବରଗଡ :-  ସଂପ୍ରତି କରୋନା କାଳରେ ରକ୍ତର ଅଭାବକୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ଙ୍କ ଆହ୍ବାନ କ୍ରମେ ଏବଂ ମୁଖ୍ୟଅତିଥି ବିଧାୟିକା ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତାବିରା ନିର୍ବାଚନ ମଣ୍ଡଳୀରେ ଅତି ଦୁର୍ଗମ ଜଙ୍ଗଲ ବାରପାହାଡ ପାଖେ ଅବସ୍ଥିତ ଆଜି ଜୟ ହିନ୍ଦ୍ ଯୁବକ ସଂଘ ରୁଣିପାଲି ପକ୍ଷରୁ  ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।  ଏହି କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ଭାବେ ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର,ବରଗଡ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ରକ୍ତଦାତା ମାନଂକୁ ଓ ଆୟୋଜକ ମଣ୍ଡଳୀକୁ ଉତ୍ସାହିତ କରିବା ସହିତ ଧନ୍ୟବାଦ ଦେଇଥିଲେ। ଏଥି ସହିତ ସ୍ଥାନୀୟ ଅତିଥି ଭାବେ ଅତାବିରା ବ୍ଲକ ଅଧ୍ୟକ୍ଷ ରିତା ସାହୁ, ସଂଘର ସଭାପତି ଦୀପକପ୍ରଧାନ, ସଂଘର ଉପ ସଭାପତି ବିମଳ ମିଞ୍ଜ, ସଂଘର ସଂପାଦକ ଅରୁଣ ବରିହା, ସଙ୍ଘର ସଚିବ କ୍ଷୀରୋଦ୍ର ପ୍ରଧାନ, ଜିଲ୍ଲା ସମ୍ପାଦକ ବିଜୁ ଯୁବ ଜନତା ଦଳ ଗଣେଶ ସାହୁ,ଖରମୁଣ୍ଡା ପଂଚାୟତର ଯୁବ ସଭାପତି ବିଷ୍ନୁଦେବ ନାୟକ,ଟାଙ୍ଗାରକରଲେ ସରପଞ୍ଚ ଧନପତି ବାଡ଼ି ବରିଷ୍ଠ ନେତା ସଂସାର ପ୍ରଧାନ, ବାବୁଲାଲ୍ ବରିହା, ରୀଙ୍କୁ ଭୁଏ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ସମସ୍ତ ରକ୍ତ ଦାତା ଓ ଜୟ ହିନ୍ଦ୍ ଯୁବକ ସଂଘର ସଦସ୍ୟ ମାନଙ୍କୁ ବିଜୁ ଯୁବ ଜନତା ଦଳ ବରଗଡ଼ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ।

Leave A Reply

Your email address will not be published.