ଝାରବନ୍ଧ (ମନୋହର ଦାଶ)- ଝାରବନ୍ଧ ବ୍ଲକ ଡଭା ଗ୍ରାମ ର ଜଣାଶୁଣା ବ୍ୟକ୍ତି ଗୌତମ୍ ସାହୁ ଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଯୋଗୁ କିଛି ଦିନ ହେବ ପୀଡିତ ଥିଲେ। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ସ୍ତ୍ରୀ ଅମ୍ବିକା, ଝିଅ ବସୁମତୀ, ନିଳେନ୍ଦ୍ରି, ରାଜେଶ୍ୱରୀ ଓ ମିନତୀ ନାତି ଭୋପାଲ ଓ ଅଞ୍ଜନ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ନାତି ଅଞ୍ଜନ ତାଙ୍କୁ ମୁଖାଗ୍ନି ଦେଇଥିଲେ। ଅଞ୍ଚଳର ଏକାଧିକ ବହୁ ବ୍ୟକ୍ତି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post