ଗାଁ କଲ୍ୟାଣ ସମିତି ଜରିଆରେ କରୋନା ସଚେତନତା ଅଭିଯାନ

0 2

ପଦ୍ମପୁର:-ଗାଁ କଲ୍ୟାଣ ସମିତି ବୁକୁରାମୁଣ୍ଡା ଆନୁକୁଲ୍ୟରେ ଆଜି ସୋମବାର ଦିନ ବୁକୁରାମୁଣ୍ଡା ଗାଁ ରେ ବସବାସ କରୁଥିବା ଜନସାଧାରଣ ଙ୍କୁ  ମହାମାରୀ କରୋନା ସକାଶେ ସଚେତନତା କରିବା ପାଇଁ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ ଙ୍କ ତତ୍ବାବଧାନରେ ଏକ ରାଲିର ଆୟୋଜନ କରାଯାଇଥିଲା ଲ ଗ୍ରାମର ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ,ସି.ଆର.ପି, ଗ୍ରାମ ର ଦୁଇଜଣ ଅଙ୍ଗନବାଡ଼ି କର୍ମୀ ଏବଂ ତିନିଜଣ ଆଶାକର୍ମୀ  ପ୍ରମୁଖ ଏ କାର୍ଯ୍ୟକ୍ରମ ରେ ସାମିଲ ହୋଇ, ପ୍ଲାକକାର୍ଡଧରିବା ସଙ୍ଗେ ସଙ୍ଗେ ମେଗା ଫୋନ ମାଧ୍ୟମ ରେ ଗ୍ରାମର ଅଗଣିତ ଜନସାଧାରଣ ଙ୍କୁ ଗ୍ରାମ ପରିକ୍ରମା କରି ମହାମାରୀ କରୋନା ସମ୍ପର୍କରେ ସଚେତନ କରିଥିଲେ ଲ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିଦର୍ଶକ ରବିନ୍ଦ୍ର ମୋହନ ଦାଶ ଏବଂ ପରିଦର୍ଶିକା ମେରିୟମ କୁଲୁ  ସାମିଲ ହୋଇ ରେଲି ସୁପରିଚାଳନା କରିଥିଲେ l ଆସନ୍ତା ଗୁରୁବାର ଦିନ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତର ପଲସାନୀ ଏବଂ ଶୁକ୍ରବାର ଦିନ ଲହଙ୍ଗୀର ଗ୍ରାମରେ ଲୋକ ଙ୍କୁ ସଚେତନ କରିବା ପାଇଁ ରାଲିର ଆୟୋଜନ କରାଯିବ ବୋଲି ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଦାଶ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.