ଭାରସାମ୍ୟ ହରାଇ ଶିଶୁ କୁ ପିଟିଲା ପିକ ଅପ୍ ,  ଦୁର୍ଘଟଣାରେ ଶିଶୁ ଆହତ ଚାଳକ ଫେରାର।

0 2

 

ଟିଟିଲାଗଡ , ( ଗୌରବ ଦର୍ଜୀ)-ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା। ଡ୍ରାଇଭିଂ ଲାଇସେନ୍ସ ନଥିବା ଚାଳକ ମାନେ ଚଳାଉଛନ୍ତି ଗାଡି।୧୮ ବର୍ଷ ରୁ କମ ବୟସର ପିଲା ମାନେ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି। ତାହା ପୁଣି ବେଗ ଦୃତ ଗତି। ଯାହା ଫଳରେ ଅନେକ ସମୟ ରେ ଘଟୁଛି ଦୁର୍ଘଟଣା। ଯାହା ଫଳରେ ଧନହାନି ସହ ଜୀବନ ହାନି ମଧ୍ୟ ହେଉଛି। ସେହିପରି ଆଜି ମଧ୍ୟ ଦେଖିବାକୁ ପଡ଼ିଛି ଏକ ଦୁର୍ଘଟଣା। ଏକ ମହିନ୍ଦ୍ରା ପିକ ଅପ୍ ଗାଡି (ଗାଡି ନମ୍ବର ଓଡି ୦୩ ଏସ ୪୫୫୧) ଟିଟିଲାଗଡ ସହର ଦେବନ୍ଦ ପଡ଼ା ରେ ଶିବ ମନ୍ଦିର ପଟରୁ ମୁଖ୍ୟ ରାସ୍ତା ରେ ଆସି ପଡ଼ା ମଧ୍ୟ ରେ ଥିବା ରାସ୍ତା କୁ ଗାଡି ବୁଲାଇ କାଟୁଥିବା ବେଳେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଆରୋହୀ, ଗୋଟିଏ ଛୋଟ ଝିଅ ଓ ଗୋଟିଏ ଠେଲା କୁ ଆଘାତ କରିଛି। ବାଇକ ଆରୋହୀ ସାମାନ୍ୟ ଆହତ ହୋଇଥିବା ବେଳେ ଛୋଟ ଝିଅ ଟି ଗୁରୁତର ଆହତ ହୋଇଛି। ସ୍ଥାନୀୟ ଲୋକ ଓ ଝିଅ ର ମା ତୁରନ୍ତ ଡାକ୍ତରଖାନା କୁ ନେଇଥିବା ବେଳେ ଗାଡି ଚାଳକ ଘଟଣାସ୍ଥଳ ରୁ ଫେରାର ମାରିଛି। ପ୍ରତ୍ୟକ୍ଷ ଦର୍ଶି ଙ୍କ ସୂଚନା ଅନୁସାରେ ଗାଡି ଚାଳକ ଜଣେ ନାବାଳକ ପରି ଜଣା ପଡୁଥିବା ବେଳେ ସହର ରେ ଅନେକ ଦୁର୍ଘଟଣା ନାବାଳକ ଚାଳକ ଙ୍କ ପାଇଁ ହେଉଥିବା ଆଲୋଚନା ହେଉଛି। ଖବର ପାଇ ଟିଟିଲାଗଡ ପୋଲିସ ଘଟଣାସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛି।  ନାବାଳକ ଚାଳକ ଙ୍କୁ ଆୟତ୍ତ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ନାବାଳକ ଚାଳକ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

Leave A Reply

Your email address will not be published.