ଶିକାରପାଇ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

0 1

“5ଟି ଅଧୀନରେ ରୂପାନ୍ତରଣ ନିମନ୍ତେ ଯୋଜନା” l

ରାୟଗଡ/ସରୋଜ ସାହୁ : ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ସାତଟି ଉଚ୍ଚ ବିଦ୍ୟାଳୟକୁ 5ଟି ଅଧୀନରେ ରୂପନ୍ତରୀଣ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଜିଲ୍ଲାର ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି l ଆଜି ଜିଲ୍ଲାପାଳ ଶ୍ରୀ ମିଶ୍ର କଲ୍ୟାଣସିଂପୁର ବ୍ଲକର ଶିକାରପାଇ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ସରକାରଙ୍କ 5ଟି ବିଭାଗ ଅଧୀନରେ ଉନ୍ନତିକରଣ ନିମନ୍ତେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଦ୍ୟାଳୟର ପୂର୍ବତନ ଛାତ୍ରମାନଙ୍କୁ, ସରପଞ୍ଚ, ବିଦ୍ୟାଳୟ ସଭାପତି ସହିତ ଆଲୋଚନା କରିଥିଲେ l ବିଶେଷ କରି ବିଜ୍ଞାନ ଗାର,ପାଠାଗାର, ଶ୍ରେଣୀ ଗୃହ,ଆଦି ବୁଲିଦେଖିଥିଲେ l ଏଣିକି ନୂତନ ଭାବେ ସ୍ମାର୍ଟ କ୍ଲାସ କେଉଁଠି ହେବ, ଇ -ପାଠାଗାର, ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଶିକ୍ଷଣୀୟ ବ୍ୟବସ୍ଥା ଯେଉଁଠି କରାଯିବ ସେନେଇ ଆଲୋଚନା କରିଥିଲେ l ଏହି କୋଠରୀ ମାନଙ୍କରେ କେଁଉ କିକି ପ୍ରକାର ବ୍ୟବସ୍ଥା କରାଯିବ ସେନେଇ ମଧ୍ୟରେ ଆଲୋଚନା କରିଥିଲେ l ନୂତନ ଜ୍ଞାନ କୌଶଳରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦନ କରାଯିବନିମନ୍ତେ ବିଶେଷ ଭାବରେ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l

ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚଦ୍ର ବରିହା, ବିଡ଼ିଓ, କାଳୁଚରଣ ନାଏକ, ତହସିଲଦାର ଦେବାଶିଷ କର,ବିଦ୍ୟାଳୟ ପରଚଳନା କମିଟିର ସଭାପତି, ସଦସ୍ୟବୃନ୍ଧ, ସରପଞ୍ଚ, ପୁରାତନ ଛାତ୍ର ସଂଘର ସଦସ୍ୟ ମାନେ ଉଆସ୍ଥିତ ଥିଲେ l

 ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାର ଦୁର୍ଗୀ, ରାମନାଗୁଡ଼ା,  ଗୁଣପୁର, କୁମତୁଲପେଟା ଉଚ୍ଚ ବିଦ୍ୟାଳୟ ପ୍ରଦର୍ଶନ କରି ଅନୁରୂପ ଭାବରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ, ବିଡ଼ିଓ, ପ୍ରଧାନ ଶିକ୍ଷକ ଓ ପୁରାତନ ଛାତ୍ର ସଙ୍ଘ ସହିତ ଆଲୋଚନା କରିଛନ୍ତି l

Leave A Reply

Your email address will not be published.