ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ନିକଟରେ ଥିବା କିଙ୍ଗସ ଢାବା ଉପରେ ପଦ୍ମପୁର ଉପଜିଲ୍ଲାପାଳ ଅଚାନକ ଚଢ଼ାଉ କରି କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ 80 ହଜାର ଟଙ୍କା ଫାଇନ କରିବା ସହିତ ଢାବାକୁ ସିଲ କରିଥିବା ଜଣା ପଡ଼ିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ପଦ୍ମପୁର ନିକଟସ୍ଥ ଏକ ଢାବାରେ ରାଜସ୍ୱ ବିଭାଗର କିଛି ଅଧିକାରୀ ମାନେ ଖୋଲା ଖୋଲି ଭାବରେ ମଦ ପିଉଥିବା ଭିଡିଓ ଭାଇରଲ ହୋଇଥିଲା । ଆଜି କିଙ୍ଗସ ଢାବା ଉପରେ ଉପଜିଲ୍ଲାପାଳ ଙ୍କର ପ୍ରଥମେ ଚଢ଼ାଉ ଓ ପରେ ଏତେ ଦୃଢ଼ କାର୍ଯ୍ୟାନୁଷ୍ଠାନରେ ଅଂଚଳବାସୀ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚଢ଼ାଉ ସମୟରେ ଉପଜିଲ୍ଲାପାଳଙ୍କର ସହିତ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post