ପୋଲିସ କର୍ମଚାରୀ ମଦ ମାଗିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ 

0 1

ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ):ଭଦ୍ରକ ଟାଉନ ଥାନାରେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଦ ମାଗିବା ଘଟଣା ଏବେ ମୋବାଇଲରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଟାଉନ ଥାନାରେ କାର୍ଯ୍ୟରତ asi ବୀରକିଶୋର ବେହେରା, ଅନ୍ୟ ଜଣେ କର୍ମଚାରୀଙ୍କ ସହ ଏକ ଯୁବକ ଠାରୁ ମଦ ନେବା ସହ ଅଧିକ ମଦ ପାଇଁ ଅଶ୍ଳିଳ ଭାଷାରେ କହୁଥିବା ଭିଡିଓ ରେ ଶୁଣିବାକୁ ମିଳୁଛି। ପୁଣି ଭିଡିଓ ଭାଇରାଲ ପରେ ଉକ୍ତ ଯୁବକ ଙ୍କୁ ଭିଡିଓ ଭାଇରଲ କିଏ କରିଛି ବୋଲି ଏକ ଅଡିଓ ବି ଭାଇରାଲ ହେବାରେ ଲାଗିଲାଣି। ଏହି ଘଟଣା ନେଇ ସମ୍ପୂର୍କ୍ତ ପୋଲିସ ଅଧିକାରୀ ଙ୍କୁ ନିଲମ୍ବିତ କରାଯାଇଥିବା ଏସପି ଅଫିସ ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.