ଦାମ ବାବୁ ବାଚାଳ : ତୁଣ୍ଡଟା ସିନା ଇସ୍ପାତ, ହେଲେ ପଛ  ପୂରା  ହେମାଳ

0
 

ନିଜେ ପକାଇଥିବା ଛେପକୁ ଟିକେ ଷ୍ଟାଇଲରେ ଢ଼ୋକି ଦେଲେ

ଭୁବନେଶ୍ୱର ରୁ ରାମ ଚନ୍ଦ୍ର ପଣ୍ଡା : ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ନୂଆ ରାଜନୈତିକ ସମୀକରଣ ହେବ । ବିଜେପି ଏକ ସାମ୍ପ୍ରଦାୟିକ ଦଳ ହୋଇଥିବାରୁ ଏହାକୁ ରୋକିବା ପାଇଁ ଅଣ ବିଜେପି ଶକ୍ତି ମାନେ ଏକାଠି ହେବାର ଆବଶ୍ୟକତା ପଡିଛି । ଏହାକୁ ଦୃଷ୍ଟିରେ ରଖି ବିଜେଡିର ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ସହିତ ମେଂଟ ହୋଇପାରେ । ଅନ୍ୟ ରାଜନୈତି କ ଦଳ ବିଜେଡିକୁ ଯଦି ସହଯୋଗ କରନ୍ତି ବିଜେଡି ଏହାକୁ ସ୍ୱାଗତ କରିବ । ତେବେ ଏସମ୍ପର୍କରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତିଗତ ଭାବେ ନିଷ୍ପତି ନେବେ । କଂଗ୍ରେସ ସହିତ ମେଂଟରେ ଲଢିଲେ କୌଣସି ବାଧା ନାହିଁ । ଏହି ଦଳ ଏକ ଧର୍ମ ନିରପେକ୍ଷ ଦଳ । ୧୪୭ ଟି ଆସନ ମଧ୍ୟରୁ ଯେଉଁଠି ସମ୍ଭାବନା ରହିଛି ସେମାନେ ତାହା ପ୍ରକାଶ କରନ୍ତୁ ବୋଲି ବୋଲି କହି ରାସ୍ତାରେ ଯାଉଥିବା କିଳାକୁ ଦାମ ବାବୁ ହୁଇସିଲ ମାରି ଡାକିଥିଲେ ! ଗତକାଲି ଠାରୁ ତାଙ୍କର ଏ ମନ୍ତବ୍ୟ ପାଇଁ ଦଳ ଭିତରୁ ଆଉ ବାହାରୁ ପ୍ରବଳ ସମାଲୋଚନାର ଶୀକାର ହୋଇଥିଲେ ! ଆଉ ଦାମବାବୁଙ୍କ ଯାହା ହେଲେ ବି ତୁଣ୍ଡ ତା ସିନା ଇସ୍ପାତ, ହେଲେ ପଛ ପଟଟା ପୁରା ହେମାଳ ! ତେଣୁ ରାତି କାଲି ଜଣେ ଦିଜଣ ସାମ୍ବାଦିକଙ୍କୁ -ମୁ ଏମିତି କହିନାହିଁ ବୋଲି ସଫେଇ ଦେବା ବେଳେ ରାତି ପାହୁ ପାହୁ କିଛି ବରିଷ୍ଠ ସାମ୍ବାଦିକଙ୍କୁ ସଫେଇ ଦେବା ଆରମ୍ଭ . ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଚିଲିକା ଫ୍ରେଶ ଆଉ ଫିସ ଅନ ହୁଇଲ ଉଦ୍ଘାଟନ କରିବା ବିଷୟରେ ସୂଚନା ଦେବାର ବହନ କରି ନିଜ ମନ୍ତବ୍ୟ  ବଦଳାଇଥିଲେ ! ନିଜେ ପକାଇଥିବା ଛେପକୁ ଟିକେ ଷ୍ଟାଇଲରେ ଢ଼ୋକି ଦେଇ କହିଲେ ଯେ, ନିର୍ବାଚନ ଲଢ଼ିବାପାଇଁ ବିଜେଡିକୁ  କାହାର ଦରକାର ନାହିଁ । ଆମର ଶକ୍ତି ଅଛି ଏକା ଲଢ଼ିବା ପାଇଁ । ଦଳରେ କିଏ କଣ ବୁଝନ୍ତି ମୁଁ ଜାଣେନା,ମୁଁ ଜଣେ ଭାରତର ନାଗରିକ । ମୁଁ ଯାହା ବୁଝିଛି ତାହା କହିଛି,ମୁଁ କଂଗ୍ରେସର ସମର୍ଥକ ନୁହେଁ,ମୁଁ ସବୁବେଳେ ସମାଲୋଚନା କରିଆସିଛି। ହେଲେ ସାର ଆପଣ ନାଗରିକ ଯେ ଯେତେବେଳେ କହିଲେ ସେଠାକୁ ଟିକେ ସ୍ପଷ୍ଟ କଲେଣି ଯେ ହେ ସାମ୍ବାଦିକ ବନ୍ଧୁମାନେ, ଏବେ ମୁ ଯାହା କହିବି ତାହା ମନ୍ତ୍ରୀ ଦାମୋଦର ରାଉତଙ୍କ ନୁହେ, ତାହା ଜଣେ ସାଧାରଣ ନାଗରିକ ଦାମର ବୋଲି ! କାରଣ କନଫ୍ୟୁଜନ ହେଉଛି, ଲୋକ ଭାବୁଛନ୍ତି ମନ୍ତ୍ରୀ ଦାମୋଦର ବା ବିଜେଡିର ଉପସଭାପତି କହିଲେ ବୋଲି ! ତେଣୁ ଯଦି ପାଶ୍ଚାତଭାଗ ଆପଣଙ୍କ ମଜଭୁତ ନୁହଁ ତେବେ କହୁଛନ୍ତି କାହିଁକି ଆଉ ପକାଇଥିବା ଛେପ ଢୋକିଛନ୍ତି କାହିଁକି !!!!!
 ବୈଜୟନ୍ତଙ୍କ ଟୁଇଟ ବିଷୟରେ ପଚାରିବାରୁ ସେ କହିଲେ, 80 ଓ 90 ଦଶକରେ ଓଡିଶା ରାଜନୀତି ରେ ତାଙ୍କ ସ୍ଥିତି କଣ ଥିଲା ମୁ ଜାଣିନି ।
Leave A Reply

Your email address will not be published.