କାନ୍ତକବିଙ୍କ ପୁତ୍ରବଧୂ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ଧର୍ମପତ୍ନୀ ମୀରା ଦେବୀଙ୍କ ବିୟୋଗ l

0

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁତ୍ରବଧୂ ତଥା ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ଧର୍ମପତ୍ନୀ ମୀରା ଦେବୀଙ୍କ ଆଜି  ବିୟୋଗ ଘଟିଛି l ମୀରା ଦେବୀ ନିମୋନିଆ ରୋଗରେ ପୀଡିତ ହୋଇ ପ୍ରଥମେ ଭଦ୍ରକରେ ଓ ପରେ ଭୁବନେଶ୍ୱରର ଆମରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ମୃତ୍ୟୁଶଜ୍ୟା ନିକଟରେ ତାଙ୍କର ପୁତ୍ରକନ୍ୟା,ପୁତ୍ରବଧୂ,ଜାମାତା ଓ ନାତି ନାତୁଣୀମାନେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ୱର୍ଗୀୟ ମୀରା ଦେବୀ ଜଣେ ସ୍ନେହୀ,ମିଷ୍ଟଭାଷୀ ଧର୍ମପ୍ରାଣା ମହିଳା ଭାବେ ଭଦ୍ରକ ଓ ତାଳପଦା ଅଂଚଳରେ ବେଶ ସୁନାମ ଅର୍ଜନ କରିଥିଲେ। ସୁଚନାଯୋଗ୍ୟ ଏହା ଯେ, ସ୍ୱର୍ଗୀୟ ମୀରା ଦେବୀ ରାଜ୍ୟସଙ୍ଗୀତ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବିଙ୍କ ପ୍ରିୟତମ ବୋହୁ ଥିଲେ ଏବଂ ରୋଗଗ୍ରସ୍ତ କବିଙ୍କୁ ଅନ୍ତିମ ସମୟ ପର୍ଯ୍ୟନ୍ତ ସେବାଶୁଶ୍ରୁଷା ଜାରି ରଖିଥିଲେ। ଜଣେ ଆଦର୍ଶ ଗୃହିଣୀ ଓ ବିରାଟ ପରିବାରର ବୋଝ ମୁଣ୍ଡେଇ ନିଜ ତ୍ୟାଗ, ସ୍ନେହ,ଶ୍ରଦ୍ଧା ଓ ସମସ୍ତଙ୍କୁ ଆପଣେଇବା ଗୁଣ ଯୋଗୁଁ ସେସବୁରି ପ୍ରିୟଭାଜନ ହୋଇପାରିଥିଲେ। ଆଜି ସକାଳେ ୮୬ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱର ରେ ପରଲୋକ ହୋଇଯାଇଛି | ତାଙ୍କ ମୃତଶରୀରକୁ ଭଦ୍ରକ ନିଆଯାଇ ଶେଷକୃତ୍ୟ ସଂମ୍ପନ୍ନ କରାଯାଇଛି।

Leave A Reply

Your email address will not be published.