ଆଜି ହେବ ଶିବ-ଶିବାଙ୍କ ବିବାହ ।

0

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ – ସମ୍ବଲପୁର ର ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରା ରେ ଆଜି ଅନୁଷ୍ଠିତ ହେବ ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଅଲୌକିକ ବିବାହ । ଏଥିପାଇଁ ସବୁ ଯାତ୍ରା କମିଟିର ପ୍ରସ୍ତୁତି ଶେଷ ହୋଇଥିବା ବେଳେ କନ୍ୟା ପିତା ମାତାଙ୍କ ଘରେ ଦେବଶଦେଵୀ ଙ୍କ  ଶୁଭ ବିବାହ ପୁର୍ବରୁ ଅନ୍ୟାନ୍ୟ ରୀତିନୀତି ସମାପିତ ହୋଇଯାଇଛି ।

ଆଜି ହେଉଛି ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ର ଦେବ ଦେବୀ ଙ୍କ ଶୁଭ ପରିଣୟ ର ଦିନ । ଆଜି ମଧ୍ୟରାତ୍ରରେ ଅନୁଷ୍ଠିତ ହେବ ଶିବ ପାର୍ବତୀଙ୍କ ଅଲୌକିକ ବାହାଘର । ଧରାପୃଷ୍ଠରେ ଦେଵୀ ପାର୍ବତୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ ଦେବ ଦେବ ମହାଦେବ । ଏଥିପାଇଁ ଆଜି ସହରର ମୁଦିପଡା ,ନନ୍ଦପଡା, ଝାଡୁଆପଡା ,ବଡବଜାର, ଠାକୁରପଡା, ଦୁର୍ଗାପାଲି ,ଫାଟକ,ସମେତ ସହରର ସବୁ ଶୀତଳ  ଷଷ୍ଠୀ କମିଟିର ପ୍ରସ୍ତୁତି ଶେଷ ହୋଇଛି ।ଏହାସହ  ସମ୍ବଲପୁର ସହରର ଶୀତଳଷଷ୍ଠୀ ହେଉଥିବା ବିଭିନ୍ନ ଶିବାଲୟ ଠାରୁ ଚଳିତ ବର୍ଷର କନ୍ୟା ପିତାମିତା ମାନେ ମାତା  ପାର୍ବତୀ ଙ୍କୁ ନିଜ ବାସଭବନ କୁ ନେଇ ମା ଙ୍କ କନ୍ୟାଦାନ ପୁର୍ବରୁ ବିଶେଷ ପୂଜାର୍ଚ୍ଚନା କରିଥିଲେ ।

ସମ୍ବଲପୁର ଶୀତଳଷଷ୍ଠୀ ପରିପ୍ରେକ୍ଷୀରେ ଫାଟକ ସ୍ଥିତ ମହାକାଲେଶ୍ୱର ମହାଦେବଙ୍କ ଚଳିତ ବର୍ଷର କନ୍ୟା ପିତା ମାତା ନିଜ ବାସଭବନରେ ମାତା ପାର୍ବତୀଙ୍କ ବିଶେଷ ରିତୀନିତି ସହ ପୁଜାବିଧି ସମାପନ କରିଛନ୍ତି । ବିବାହ ପୁର୍ବରୁ ମାଁ ଙ୍କ ସ୍ୱତନ୍ତ୍ର ମେହେନ୍ଦୀ ,ହଳଦୀ ,ଗଣ୍ଠଳି ଫିଟା , ରିତୀନିତି ସହ ମାଁ ଆରାଧନା କରି ବିଶେଷ ମହାଆଳତି କରିଛନ୍ତି। କନ୍ୟା ପିତା ମିତା । ଆଜି ରାତିରେ ଦେବ ଦେବ ମହାଦେବ ଙ୍କୁ ଜାମାତା ରୁପରେ ସ୍ୱାଗତ କରିବା ପାଇଁ ସବୁ କନ୍ୟା ପକ୍ଷର ପରିବାର ପ୍ରସ୍ତୁତ ହୋଇ ସେହି ଶୁଭ ମୁହୁର୍ତ୍ତର ଅପେକ୍ଷା ରେ ଅଛନ୍ତି ।

ସମ୍ବଲପୁର ରେ ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଦେବ ଦମ୍ପତି ଙ୍କ ବିବାହ ପାଇଁ ସବୁ ରୀତିନୀତି ଶେଷ ହେବା ପରେ ଆଜି ମଧ୍ୟ ରାତ୍ରରେ ଅନୁଷ୍ଠିତ ହେବ ଦେବ ଦେବୀ ଙ୍କ  ଶୁଭ ବିବାହ।

Leave A Reply

Your email address will not be published.