ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ବିଶ୍ଵ ମହାମାରୀ କରୋନାର କରାଳ ଛlୟରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ଦୀର୍ଘ ତେଢ଼ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ଜୀବନ ଜୀବିକା ବିପନ୍ନ ହୋଇପଡିଛି I ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର I ମୁଁହରେ ରଙ୍ଗ ମାରି ମନରଞ୍ଜନର ଖୋରାକ ଯୋଗାଇବା ସହିତ ସମାଜକୁ ଦିଗ ଦର୍ଶନ ଓ ସଚେତନତାର ବାର୍ତ୍ତା ପ୍ରେରଣ କରୁଥିବା କଳାକାରଙ୍କ ଘରେ ଏବେ ଚୁଲି ଜଳୁନି I ସ୍ୱାଭିମାନ କଳାକାର କଳା ପରିବେଷଣ ଓ ସାଧନା ବ୍ୟତୀତ ଅନ୍ୟ ପନ୍ଥା ନାହିଁ I ଏହି ପରିପ୍ରେକ୍ଷୀରେ କନ୍ଧମାଳ କଳାବିକାଶ କେନ୍ଦ୍ର କଳାକାରଙ୍କ ସୁଖ ଦୁଃଖରେ ସହାୟକ ହେବାପାଇଁ ଆଗକୁ ଆସିଛି I ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସହଭାଗିତା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ତଥା ଯୁବ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଆୟୋଜିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ସମ୍ମାନିତ ଅତିଥି ଭାବେ ତହସିଲଦାର ଶଶାଙ୍କ ଶେଖର ପାତ୍ର ଓ ବରିଷ୍ଠ ମଞ୍ଚ କଳାକାର ଡକ୍ଟର ବିଚିତ୍ରl ନନ୍ଦ ଆଚାର୍ଯ୍ୟ ଯୋଗଦେଇ କୋରନା ସଚେତନତା ଓ କଳାକାର ସ୍ବାବଲମ୍ବୀ ଉପରେ ବକ୍ତବ୍ୟ କରି କରିଥିଲେ l ଶହେରୁ ଉର୍ଦ୍ଧ୍ବ ପାରମ୍ପରିକ ଓ ମଞ୍ଚ କଳାକାରଙ୍କ ପରିବାରକୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇ ଥିଲା I ଜିଲ୍ଲାରେ ପ୍ରଥମ ଥର ପାଇଁ କନ୍ଧମାଳ କଳାବିକାଶ କେନ୍ଦ୍ରର ଅଭିନବ ପ୍ରୟାସକୁ ବାଲିଗୁଡ଼ା ବିଧାୟକ ତହସିଲଦାର ଉଚ୍ଚ ପ୍ରଶଂସା କରିଥିଲେ I ଆଗାମୀ ଦିନରେ ବାଲିଗୁଡ଼ା ସହର ସମେତ କ.ନୂଆଗାଁ ତୁମୁଡ଼ିବନ୍ଧ କୋଟଗଡ଼ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କଳାକାର ସହ ଭାଗିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା ପ୍ରକାଶ କରିଛନ୍ତି I ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ସମସ୍ତ ବଦାନ୍ୟ ବ୍ୟକ୍ତିଙ୍କୁ କନ୍ଧମାଳ କଳାବିକାଶ କେନ୍ଦ୍ର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି I
Sign in
Sign in
Recover your password.
A password will be e-mailed to you.