ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାହାରା ପକ୍ଷରୁ ଆଜି କ.ନୂଆଗାଁ ବ୍ଲକ ସଭାଗୃହ ଠାରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷା ଥଳି ବଣ୍ଟନ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ସାହାରା ସମ୍ପାଦକ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରି କରୋନା ସମୟରେ ଆମ ଅଞ୍ଚଳରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟର ଅଧିକ ସମ୍ଭାବନା ଥିବାରୁ ପ୍ରଶାସନ ନିକଟରେ ପହଞ୍ଚାଇବା ପାଇଁ ଅଧିକ ଧ୍ୟାନ ଦେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିବେଦନ କରି ଥିଲେ I ଏହା ସହ ଗ୍ରାମାଞ୍ଚଳ ଲୋକଙ୍କ ଅଭାବ ଅସୁବିଧା ମଧ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଖବର ସଂଗ୍ରହ ବେଳେ ସୁରକ୍ଷା କୀଟ ଜରୁରୀ ଆବଶ୍ୟକତା ରହିଛି ବୋଲି ସୁରକ୍ଷା କୀଟ ପ୍ରଦାନ କରିବାକୁ ଏକ ଛୋଟିଆ ପ୍ରୟାସ କରାଯାଇଥିବା କହିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୂଖ୍ୟ ଅତିଥି ବିଡ଼ିଓ ଶରତ କୁମାର ପାତ୍ର ଓ ସମ୍ମାନୀତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଜିଲ୍ଲା ଶାଖାର ସଭାପତି ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁରକ୍ଷା କୀଟ ଓ ମାକ୍ସ ବଣ୍ଟନ କରିଥିଲେ I ବ୍ଲକରେ କାର୍ଯ୍ୟକରୁଥିବା ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ସୁବାଷ ଚନ୍ଦ୍ର ମହାରଣା, କାଳି ପ୍ରସାଦ ତ୍ରିପାଠୀ, ରବିନ୍ଦ୍ର କୁମାର ମାହାଙ୍କୁଡ, ସତ୍ୟ ନାରାୟଣ ପଣ୍ଡା , ଭାଗିରଥି ନାଥ ପ୍ରମୁଖଙ୍କ ସମେତ ଅନ୍ୟ ୧୨ ଜଣ ଗଣମାଧ୍ୟମ ପ୍ରତିନିଧି ଓ ବିତରକ ବାପି ପଣ୍ଡାଙ୍କୁ ସୁରକ୍ଷା କୀଟ ପ୍ରଦାନ କରାଯାଇଥିଲା I ଉକ୍ତ କୀଟରେ ସାନିଟାଇଜର, ମାକ୍ସ, ଗ୍ଲୋବସ୍, ସାବୁନ ଭଳି ବିଭିନ୍ନ ଆବଶ୍ୟକ ଜିନିଷ ଥିବା ଜଣା ପଡିଛି I
Sign in
Sign in
Recover your password.
A password will be e-mailed to you.