ତୈଳ ଦର ବୃଦ୍ଧି କୁ ନେଇ ନଗର କଂଗ୍ରେସ ର ପ୍ରତିବାଦ।

0

ଟିଟିଲାଗଡ, ( ଗୌରବ ଦର୍ଜୀ)-ଦିନକୁ ଦିନ ଦେଶ ରେ ସମସ୍ତ ପ୍ରକାର ଦ୍ରବ୍ୟ ର ଦର ବୃଦ୍ଧି ପାଇବା ରେ ଲାଗିଛି। ସେହିପରି ବିଶୋଧିତ ତୈଳ ଯଥା ପେଟ୍ରୋଲ ଓ ଡିଜେଲ୍ ର ଦର ବୃଦ୍ଧି ପାଇବା ରେ ଲାଗିଛି। ଦେଶ ର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ୧୦୦ ଛୁଇଁଥିବା ବେଳେ କେତେକ ସ୍ଥାନରେ ୧୦୦ କୁ ମଧ୍ୟ ଅତିକ୍ରମ କରିଥିବା କଂଗ୍ରେସ ଅଭିଯୋଗ କରିଛି।  ତେଣୁ ଦେଶ ସାରା କଂଗେସ କେନ୍ଦ୍ର ସରକାରଙ୍କ ବିରୋଧ ରେ ପ୍ରତିବାଦ କରିଛି। ଆଜି ଟିଟିଲାଗଡ ମୁଖ୍ୟ ଜାତୀୟ  ରାଜପଥ ୫୯ ଉପରେ ସହର ମଧ୍ୟରେ ଥିବା  ପେଟ୍ରୋଲ ପମ୍ପ ସମ୍ମୁଖରେ ଟିଟିଲାଗଡ ନଗର କଂଗ୍ରେସ ତୈଳ ଦର ବୃଦ୍ଧି କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧ ରେ  ପ୍ରତିବାଦ କରିଛି। ଟିଟିଲାଗଡ ସହରରେ ମଧ୍ୟ ପେଟ୍ରୋଲ ଦର ୧୦୦ କୁ ଛୁଇଁବାକୁ ବସୁଥିବା ବେଳେ କଂଗ୍ରେସ ଏହାର ର ପ୍ରତିବାଦ କରିଛି।  ଆଜି ର ପ୍ରତିବାଦ  ରେ  ଟାଉନ କଂଗ୍ରେସ ଅଧ୍ୟକ୍ଷ ପ୍ରଭାସ ବହିଦାର, ରାଜ୍ୟ ଯୁବ କଂଗ୍ରେସ ର ଉପ ସଭାପତି ବିରେନ୍ଦ୍ର ବାଗ, ଡମ୍ବରୁଧର ଛତ୍ରିଆ, ତୁଳସୀ ସାହୁ, ରାଜୁ ମିଶ୍ର, ଯାଇସିଂ ତାଣ୍ଡି, ଅଭିମନୁ ବାଗ, ନିତ୍ୟ ମାଝୀ, କୃଷ୍ଣ ଶରାଫ, ବିଚିତ୍ର ବାଗ, କୈଳାସ ବାଗ, ବିଦ୍ୟା ଭାରସାଗର, ସଞ୍ଜୟ ତାଣ୍ଡି , ମାଧବ ତାଣ୍ଡି , ଲୁଲୁ କୁମ୍ଭାର,  ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.