ନାବାଳିକା ର ବିବାହ ବନ୍ଦ କରିବାରେ ସଫଳ ହେଲା ଚାଇଲ୍ଡ ଲାଇନ

0

୧୫ ବର୍ଷ ର ନାବାଳିକା ସହ ୩୬ ବର୍ଷ ର ଯୁବକ ର ହେବାକୁ ଯାଉଥିଲା ବିବାହ। 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳା ରେ ଏକ ନାବାଳିକା ର ବିବାହ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ ଓ ଟିଟିଲାଗଡ ପୋଲିସ ପହଞ୍ଚିଥିଲେ। ଟିଟିଲାଗଡ ସହର ର ଜଣେ ୩୬ ବର୍ଷୀୟ ଯୁବକ ସହ  ଶଗଡ଼ଘାଟ ପଞ୍ଚାୟତ ର ୧୫ ବର୍ଷୀୟ ନାବାଳିକା ସହ ବିବାହ ହେଉଥିବା ସୂଚନା ପାଇଥିଲେ ଚାଇଲ୍ଡ ଲାଇନ ସିଡ଼ିପିଓ ମୃଣ୍ମୟୀ ଭୋଇ। ସୂଚନା କ୍ରମେ ଆଧାର ଚାଇଲ୍ଡ ଲାଇନ ବଲାଙ୍ଗୀର  ସଦସ୍ୟ ଶିବାନନ୍ଦ ବେହେରା , ସିଡିପିଓ ମୃଣ୍ମୟୀ ଭୋଇ, ସୁପରଭାଇଯର ମଞ୍ଜୁଲତା ପାଢ଼ୀ ଓ  ସୁପରଭାଇଯର ଚଞ୍ଚଳା ରଣା ଉକ୍ତ ସ୍ଥାନ ରେ ପହଞ୍ଚିଥିଲେ। ସେଠାରେ ଉଭୟ ବର ପକ୍ଷ ଓ କନ୍ୟା ପକ୍ଷ ଉପସ୍ଥିତ ରହି ବିବାହ ପାଇଁ ସମସ୍ତ ପ୍ରକାର ଆୟୋଜନ କରିସାରିଥିଲେ। ଭୋଜି ପାଇଁ ସମସ୍ତ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା। ଚାଇଲ୍ଡ ଲାଇନ ର ସଦସ୍ୟ ମାନେ ପହଂଚି ବିବାହ କୁ ବିରୋଧ କରିଥିବା ବେଳେ ଉଭୟ ପକ୍ଷ କୌଣସି ପ୍ରକାର ରେ ବୁଝିବାକୁ ଅସମର୍ଥ ହୋଇଥିଲେ। ଚାଇଲ୍ଡ ଲାଇନ୍ ପାଖରୁ ସୂଚନା ପାଇ ଟିଟିଲାଗଡ ପୋଲିସ ଥାନା ଅଧିକାରୀ ରଞ୍ଜନ ବରିହା ଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମୋହିନୀ ମଲ୍ଲିକ ଙ୍କ ନେତୃତ୍ୱରେ ପୋଲିସ ବାହିନୀ ଧର୍ମଶାଳା କୁ ପହଞ୍ଚିଥିଲା। ସେଠାରେ ବିବାହ ବନ୍ଦ କରି ଉଭୟ ଯୁବକ, ନାବାଳିକା ସହ ବର ପକ୍ଷ ଓ କନ୍ୟା ପକ୍ଷ ର  ଉପସ୍ଥିତ ସମସ୍ତ ବ୍ୟକ୍ତି ଙ୍କୁ ଟିଟିଲାଗଡ ପୋଲିସ ଷ୍ଟେସନ କୁ ଆଣିଥିଲେ। ସେଠାରେ ଅନେକ ବୁଝାସୁଝା ପରେ ଉଭୟ ପକ୍ଷ ନାବାଳିକା ଟି ୧୮ ବର୍ଷ ହେବା ପର୍ଯ୍ୟନ୍ତ ବିବାହ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.