ପୁଲିସ ମାଓବାଦୀ ଗୁଳିବିନିମୟ, ଜଣେ କ୍ୟାଡର ମାଓବାଦୀ ମୃତ

0

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଝାଞ୍ଜପାହାଡ଼ ଅଞ୍ଚଳ ର ଜଙ୍ଗଲରେ ରେ ଗତ ରାତିରେ ପୋଲିସ ଓ ମାଓବାଦୀ ମାନଙ୍କର ମଧ୍ୟରେ ଗୁଳିବିନିମୟ ହୋଇ ଜଣେ କ୍ୟାଡର ମାଓବାଦୀ ମୃତ୍ୟୁ ହୋଇଥିବା ପୋଲିସ ଡିଜି ଅଭୟ ଆଜି ସକାଳେ ସୂଚନା ଦେଇଛନ୍ତି । ମୃତ ମାଓବାଦୀ ନିକଟରୁ ଏକ ଏକେ 47 ରାଇଫଲ ସହିତ ତିନୋଟି ମେଗଜିନ ଅନ୍ୟାନ୍ୟ ସାମଗ୍ରୀ ଜବତ କରା ଯାଇଥିଲା । ଆଜି ପ୍ରେସ ଜରିଆରେ ଡିଜି ଶ୍ରୀ ଅଭୟ ପୁଣି ମାଓବାଦୀ ମାନଙ୍କୁ ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ରାଜ୍ୟ ସରକାର ଙ୍କର ମାଓବାଦୀ ଥଇଥାନ ପାଇଁ ରହିଥିବା ଯୋଜନା ସବୁର ଲାଭ ନେବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.