ଉପାନ୍ତ ଅଂଚଳରେ ବିଜେଡିର ରକ୍ତଦାନ ଶିବିର

0

ବରଗଡ଼ :- ରାଜ୍ୟରୁ ରକ୍ତ ର ଅଭାବକୁ ଦୂର କରିବା ନିମନ୍ତେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ନିର୍ଦେଶରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ କ୍ରମାଗତ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସଫଳତାର ସହିତ ତାକ୍ତଦାନ ଶିବିରର ଆୟୋଜନ କରାଯାଉଛି ।ଏହିକ୍ରମରେ ଆଜି ଭଟଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅମ୍ବାଭୋନା ବ୍ଲକ ଭୁକ୍ତା ମହାତ୍ମା ଗାନ୍ଧୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବିଜୁ ମହିଳା ଜନତା ଦଳ ତରଫରୁ ଆୟୋଜିତ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଶିବିରକୁ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ନିଲକୁମାରୀ ନାୟକ ନେତୃତ୍ୱ ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରୀ ମିଶ୍ର,ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ,ସୋହେଲା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା,ବିଜୁ ଯୁବ ଜନତା ଦଳର ଜିଲ୍ଲା IT କୋଡ଼ିନେଟର ଓ ଡିଜିଟାଲ ସମ୍ପାଦକ ସୁରେଶ ବାଗ, ବ୍ଲକ୍ ବିଜେଡ଼ି ସଭାପତି ଶ୍ରୀ ରଘୁ ପଟେଲ,ଯୁବ ସଭାପତି ଶ୍ରୀ ଲକ୍ଷ୍ମଣ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.