ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ “ଓଡ଼ିଶା- ମୋ ପରିବାର” ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ସ୍ବେଛାକୃତ ମେଗା ରକ୍ତଦାନ ଶିବିର ଉଦଘାଟିତ ହୋଇଯାଇଛି। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟ ଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ଉପସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ଓଡ଼ିଶା ମୋ ପରିବାର ର ଆବାହକ ଶ୍ରୀ ଅରୁପ୍ ପଟ୍ଟନାୟକ,ସହ-ଆବାହକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶ୍ରୀ ପ୍ରତାପ ଦେବ, ଭୁବନେଶ୍ୱର – ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର – ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ଡ଼ଃ ରାୟ କହିଥିଲେ କି “କରୋନା ମହାମାରୀ ସମୟରେ ଭୁବନେଶ୍ୱର ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳ ପକ୍ଷରୁ ୭ ଦିନିଆ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ଏବଂ ମୂଖ୍ୟମନ୍ତ୍ରୀ ଙ୍କ ଆହ୍ବାନ କ୍ରମେ ସାମାଜିକ ପ୍ରତିବଦ୍ଧତା ନିମନ୍ତେ ଆମେ ସଂକଳ୍ପବଦ୍ଧ। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ଯୁବ ବିଜେଡ଼ି ର ଏହି ରକ୍ତଦାନ ଶିବିର ଆୟୋଜନ ପଦକ୍ଷେପ ପାଇଁ ସମସ୍ତ ଯୁବ ବିଜେଡ଼ି କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ଏବଂ ଏହାଦ୍ଵାରା ଥାଲେସେମିଆ ରୋଗୀମାନେ ଉପକୃତ ହେବେ ବୋଲି ସେ କହିଥିଲେ। ଯୁବ ବିଜେଡି ରାଜ୍ୟ ବରିଷ୍ଠ ଉପସଭାପତି ଧୃତି ରଞ୍ଜନ ମାର୍ଥା, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଯୁବ ବିଜେଡ଼ି ସଭାପତି ସମରେଶ ବେଉରା, ରାଜ୍ୟ ଯୁଗ୍ମ ସମ୍ପାଦକ ଦୀପକ ମହାପାତ୍ର ଏବଂ ରାଜେଶ ଭୂୟାଁ ଙ୍କ ମିଳିତ ସହଯୋଗ ରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୮୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଦାସର୍ବଦା ପ୍ରୋତ୍ସାହନ ପ୍ରଦାନ କରୁଥିବା ରୁ ବିଜେଡି ସାଙ୍ଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ଯୁବ ବିଜେଡ଼ି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ଏହି ରକ୍ତଦାନ ଶିବିରକୁ ଯୁବ ବିଜେଡ଼ି ମହାସଚିବ ଏଲିନା ଦାଶ, ଉପସଭାପତି ସୋଫିଆ ଆଲାମ୍, ସାଧାରଣ ସମ୍ପାଦକ ଆଶିଷ ରଂଜନ ମିଶ୍ର, ତାରିଣୀ ପ୍ରସାଦ ନାୟକ,ଶୁଭ୍ରଜିତ ପାଢ଼ୀ, ଅବିନାଶ ପ୍ରଧାନ, ସମ୍ପାଦକ ରୁଦ୍ରନାଥ ଦତ୍ତ, ଲଗ୍ନଦୀପା ମିଶ୍ର, ଯୁଗ୍ମ ସମ୍ପାଦକ ସୌମ୍ୟ ତ୍ରିପାଠୀ, ଅମରଜିତ ଗୌଡ଼, ଶିବାନୀ ସାହୁ, ଭୁବନେଶ୍ୱର ଜିଲ୍ଲା ଡିଜିଟାଲ ସମ୍ପାଦକ ରୋହିତ ପାତ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post