ତିହିଡ଼ି (ସେଖ ଅବଦୁଲ ଫିତର) : ବାସୁଦେବପୁର ବ୍ଲକ ନାୟକାଣିଡିହ ଥାନା ଗୋବିନ୍ଦପୁର ପଞ୍ଚାୟତ ବ୍ରଜାନନ୍ଦପୁର ଗ୍ରାମରେ ଅଘଟଣ। ପୋଖରୀରେ ବୁଡିଯାଇ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି। ଖବର ଅନୁଯାୟୀ କୌଣସି କାରଣରୁ ଘର ନିକଟରେ ଥିବା ଏକ ପୋଖରୀରେ ଦୁଇ ଭଉଣୀ ପଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଉଭୟ ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ। ହେଲେ ସେଠାରେ ଡ଼ାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ। ଯାହାକି ଆଜି ମଧ୍ୟାନ ସମୟରେ ଏହି ଗ୍ରାମର ସଦାନନ୍ଦ ଘଡେଇଙ୍କ ୧୧ବର୍ଷିଆ ଝିଅ ଲକ୍ଷ୍ମୀପ୍ରିୟା ଘଡେଇ ଏବଂ ସମ୍ପର୍କୀୟ ଭାଉଣୀ ଚାନ୍ଦବାଲି ଥାନା ଘଣ୍ଟେଶ୍ୱର ଅଞ୍ଚଳର ଧନେଶ୍ୱର ବାରିକ ଙ୍କ ୯ ବର୍ଷିଆ ଝିଅ ବବଲୀ ବାରିକ ଘରପାଖରେ ଥିବା ଏକ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ମୃତା ବବଲୀ ନିଜ ମାମୁଁଘର ବ୍ରଜାନାନ୍ଦପୁର ଗ୍ରାମର ସଦାନଦ ଘଡେଇ ଙ୍କ ଘରକୁ ବୁଲି ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।
Sign in
Sign in
Recover your password.
A password will be e-mailed to you.