ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏଭଲି ସମୟରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ସବୁବେଳେ ଲୋକଙ୍କ ସେବାରେ ସମର୍ପିତ କୋଭିଡ଼ ଯୋଦ୍ଧା ହେଉଛନ୍ତି ପୋଲିସ କର୍ମଚାରୀ ।ସ୍ବେଚ୍ଛାସେବୀ ସଂଗଠନ ହର କଦମ ଆପ କେ ସାଥ ପକ୍ଷରୁ ଜଗଦଳପୁର ଥାନାର ସମସ୍ତ କର୍ମଚାରୀ ମାନଙ୍କୁ କୋଭିଡ଼ ଯୋଦ୍ଧା ଭାବରେ ସମ୍ମୁନିତ କରାଯାଇଛି ଏବଂ ଜଗଦଳପୁର ଗ୍ରାମବାସୀଙ୍କୁ କରୋନା ଭୂତାଣୁ ଠାରୁ କିପରି ଦୁରେଇ ରହିବା ସହିତ ସୁରକ୍ଷିତ ରହିବା ସେ ନେଇ ସଚେତନ କରିଛନ୍ତି ଏବଂ ମାକ୍ସ ଓ ସାବୁନ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହର କଦମ ଆପ କେ ସାଥ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.