ଲକ ଡାଉନରେ ଖୋଲାଖୋଲି ଚାଲିଥିଲା ମଦ ଦୋକାନ ; ସିଲ କଲା ଭଦ୍ରକ ପୋଲିସ ।

0

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ ); ସରକାର ଅନଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ଭଦ୍ରକରେ କିଛି ମଦ ମାଫିଆ ମାନେ ପୋଲିସକୁ ଚେଲେଞ୍ଜ କରି ଖଲମଖୋଲା ବିକ୍ରି କରୁଛନ୍ତି ମଦ !ଏପଟେ ଲୋକଡାଉନ ସେପଟେ ଖୋଲାଖୋଲି ବିକ୍ରି ହେଉଥିଲା ମଦ , ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚରମ୍ପା ରିଜର୍ଭ ପୋଲିସ ଅଫିସ ସାମ୍ନାରେ l ସରକାରଙ୍କ ଘୋଷଣା ଅନୁଯାଇ ଦିନ 11 ରୁ ଆରମ୍ଭ ହେଉଛି ଲୋକଦଉନ ହେଲେ ଲୋକଡାଉନ ସମୟ ପରେ ଟାଉନ ଥାନା ନିକଟ ରିଜର୍ଭ ପୋଲିସ ଅଫିସ ସାମ୍ନାରେ ଏକ ମଦ ଦୋକାନରେ ଭିଡ଼ ଦେଖିବା ପରେ ଭଦ୍ରକ ଏସଡ଼ିପିଓ ହଟାତ ଚଢ଼ାଉ କରିବା ସହ ଦୋକାନକୁ କରିଛନ୍ତି ସିଲ । ଏପଟେ ପୋଲିସର ଚଢ଼ାଉ ଦେଖି ମଦ କିଣିବାକୁ ଆସିଥିବା ଲୋକେ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଥିବାର ଦେଖିବାକୁ ମିଳିଛି । ଏପରି ଅନେକ ସ୍ଥାନରେ ଲୁଚା ଛପାରେ ମଦ ବିକ୍ରି ଚାଲୁଥିବା ବେଳେ ପୁଲିସ କିଛି ମାତ୍ରାରେ ଧରିବାରେ ସଫଳ ହୋଇଛି।

Leave A Reply

Your email address will not be published.