ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ): ଜିଲ୍ଲାରେ ଦୁଇ ଦିନ ହେବ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବ୍ୟକ୍ତିବିଶେଷଙ୍କ ଲୋକ ଙ୍କ ପାଇଁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ । ଏ ନେଇ ଭଦ୍ରକ ପୌରାଞ୍ଚଳର ୧୦ଟି କେନ୍ଦ୍ରରେ ଚାଲିଛି ଟିକାକରଣ | ତେବେ ପ୍ରବଳ ଗରମ ଭିତରେ ବିଭନ୍ନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅଭିଯୋଗ ହେଉ ଥିଲା ଗତ କଲି ସ୍ଥାନୀୟ ଜିଲ୍ଲା ସ୍କୁଲ ଠାରେ ମଧ୍ୟ ଏମିତି ଅଘଟଣ ଦେଖିବାକୁ ମିଳୁଥିଲା ।ସେଠାରେ ଲୋକ ମାନେ ଖରା ରେ ଠିଆ ହେଇ କି ଏକ ଲମ୍ବା ଲାଇନ କରିଥିଲେ ଫଳ ରେ ବହୁତ ଅଭିଯୋଗ ଆସିଥିଲା ସେମାନେ ସାମାଜିକ ଦୂରତା ଭୂଲି ଯାଇଥିଲେ ଏ ବିଷୟ ରେ ଆଜି ପ୍ରଶାସନ ପୁରା ସଜାଗ ହୋଇଥିଲା । ଯେଉଁ ମାନେ ନିଜ ନାମ ପଞ୍ଜିକରଣ କରିଛନ୍ତି । ସେପଟେ ଭଦ୍ରକ ଜିଲ୍ଲାପାଳ ଙ୍କ ତରଫ ରୁ ସୂଚନା ଦିଆଗଲା କି ୭ ତାରିଖ ଠାରୁ ସନ୍ଧ୍ୟା ୫ଟାରେ ପୁଣି ସ୍ଲଟ ବୁକିଂ କରାଇ ଆସନ୍ତା ଦିନ ରେ ପୁଣି ଟୀକା ଯେଉଁମାନେ ନେଇ ନାହାନ୍ତି ନେଇ ପାରିବେ | ପ୍ରଥମେ ରେଜିଷ୍ଟ୍ରେସନ ଓ ପରେ ସ୍ଲଟ ବୁକିଂ ହେଉଅଛି | Cowin ଆପରେ ରେଜିଷ୍ଟ୍ରେସନ ଓ ସ୍ଲଟ ବୁକିଂ ସମସ୍ତେ କରିପାରିବେ ଘରେ ବସି । ସେପଟେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ଦେଶବାସୀଙ୍କ ମାଗଣାରେ କରୋନା ଟିକା ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାରଠାରୁ ସମସ୍ତଙ୍କୁ ସବୁ ସ୍ଥାନ ରେ ଏହି ଟିକା ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post