ଭୁବନେଶ୍ୱର : ବିଶ୍ଵ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ, ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶ ଓ ଓଡ଼ିଶା ମୋ ପରିବାର ସହଯୋଗରେ ଆଜି ସନ୍ଧ୍ୟାରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭିଏସସନଗର କଲ୍ୟାଣ ମଣ୍ଡପ ଓ ପ୍ରଭୂଜୀ ଇଙ୍ଗ୍ଲିସ୍ ମିଡିୟମ୍ ସ୍କୁଲ୍ ନିକଟ ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ଓ କରୋନାରୁ ରକ୍ଷା ପାଇବା ନିମନ୍ତେ ଅମ୍ଳଜାନ ତଥା ବୃକ୍ଷର ଆବଶ୍ୟକତା ବିଷୟରେ ସଚେତନତା କରାଗଲା। ତତ୍ ସହିତ ସ୍ଥାନୀୟ କଲ୍ୟାଣ ମଣ୍ଡପ ଟୀକାଦାନ କେନ୍ଦ୍ରରେ ସହାୟତା କେନ୍ଦ୍ର ଖୋଲି ଆଜିକୁ ଏଗାର ଦିନ ଧରି ଲଗାତାର ଭାବେ ଟୀକା ନେଉଥିବା ସମସ୍ତ ଲୋକମାନଙ୍କୁ ମାସ୍କ୍ ,ସାନିଟାଇଜର, ବିସ୍କୁଟ, ଓ ଫ୍ରୁଟ ଯୁସ , ଥଣ୍ଡା ପାଣି ବଣ୍ଟନ କରାଯାଉଛି ବୋଲି ଓଡ଼ିଶା ମୋ ପରିବାର ଭୁବନେଶ୍ବର ଉତ୍ତର ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡ଼ି ନେତା ସୌମ୍ୟ ରଂଜନ ପ୍ରଧାନ, ଦୀପକ ନାୟକ, ଅକ୍ଷୟ ସ୍ବାଇଁ, ଲୋକେଶ କୁମାର, ସରୋଜ କୁମାର ରାଉତ, ସର୍ବଜିତ ସାହୁ, ନୃସିଂହ ଧଳ, ସରୋଜ କୁମାର, କମଳାକାନ୍ତ ରାଉତରାୟ, ସନ୍ତୋଷ କୁମାର ସାହୁ, ରାଜେନ୍ଦ୍ର କୁମାର ବଳ, କାର୍ତ୍ତିକ ମୁଦୁଲି, ଆଶାକର୍ମୀ କ୍ଷୀରୋଦା ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.