ଟିଟିଲାଗଡ,( ଗୌରବ ଦର୍ଜୀ ) :ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଗତ ଦୁଇଦିନ ଧରି ମୁରିଵହଲ ବ୍ଳକ ର ବିଟାବନ୍ଧ , ମାଲିଶିରା, ବାଙ୍କେଲ୍ ଏଵଂ ଲେବେଡା ପଞ୍ଚାୟତ ର ୨୫୦ ଅତିଗରିବ ପରିବାର ଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଇତ୍ୟାଦି ବଣ୍ଟନ କରାଯାଇଛି । ନିଧି ସଂସ୍ଥା ଗତ କିଛବର୍ଷ ଧରି ମୁରିବହାଲ୍ ବ୍ଲକ ରେ ସମାଜର ଅତିଗରିବ ପରିବାରଙ୍କ କଲ୍ୟାଣ ତଥା ଦୀର୍ଘଗାମୀ ଜୀବିକା ବିକାଶ ନିମନ୍ତେ ୬ ଟି ପଞ୍ଚାୟତ ରେ କାମ କରି ଆସୁଛି। କୋରାନା ମହାମାରୀ ଏଵଂ ତାଲା ବନ୍ଦୀ ସମୟ ରେ ବିଧବା ମହିଳା, ଭିନ୍ନକ୍ଷମ, ଦିନମଜୁରୀୟା, ଗମ୍ଭୀର ରୋଗଗ୍ରସ୍ତ ବ୍ୟକ୍ତି, ଜମିହୀନ ପରିବାର ମାନେ ଜୀବିକା ଅଭାବ ରୁ ବହୁତ କଷ୍ଟ ରେ ଜୀବନ ଯାପନ କରୁଛନ୍ତି। ମହାମାରୀ ରେ ଏହି ପରିବାର ଙ୍କୁ ସହଯୋଗ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଦ୍ୱାରା ଜରୁରୀ ଖାଦ୍ୟ ସାମଗ୍ରୀ ର ବିତରଣ କରାଯାଇଛି। ଏହି ରିଲିଫ୍ କାର୍ଯକ୍ରମ କୁ ଓଡ଼ିଶା ଜୀବିକା ମିଶନ ର କର୍ମୀ, ପଞ୍ଚାୟତ ସରପଞ୍ଚ, ଅଙ୍ଗୱାଡ଼ି କର୍ମୀ ଏବଂ ନିଧି ର କର୍ମକର୍ତ୍ତା ମାନେ ମିଳିତ ଭାବେ ସଞ୍ଚାଳନ କରୁଛନ୍ତି । ଏହି ରିଲିଫ୍ ବଣ୍ଟନ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଚାଲିବ ଯାଦ୍ୱାରା ମୋଟ ୧୧୦୦ ପରିବାର ଉପକୃତ ହେବେ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି। ନିଧି ର କାର୍ଯ୍ୟକର୍ତ୍ତା ଯମୁନା ସାହୁ, ତଥାଗତ ବଗର୍ତ୍ତି, ସୁମନ୍ତି ସାହୁ, ତାରାପଦ ପ୍ରଧାନ ଙ୍କ ସହ ଲେବଡା ସରପଞ୍ଚ ହେମସାଗର ସାହୁ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୀତାକାନ୍ତ ବେହେରା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post