ଲକ୍ ଡାଉନ୍ ରେ ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ। 

0 2

ଟିଟିଲାଗଡ, (ଗୌରବ ଦର୍ଜୀ) -ରାଜ୍ୟ ରେ କରୋନା ସଂକ୍ରମଣ ର ବୃଦ୍ଧି କୁ ନେଇ ସରକାର କଟକଣା କୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲା ରେ ମଧ୍ୟ କରୋନା ସଂକ୍ରମଣ ଆୟତ୍ତ ହେଉ ନ ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ରହି ଯାଞ୍ଚ କରିଛି। ଟିଟିଲାଗଡ ପୋଲିସ ପ୍ରତିଦିନ ସହର ର ବିଭିନ୍ନ ସ୍ଥାନରେ ରହି ଯାଞ୍ଚ କରୁଛି। ମାସ୍କ ପିନ୍ଧି ନ ଥିବା ଅମାନିଆ ଙ୍କୁ ତଣ୍ଡ ଗଣିବାକୁ ପଡୁଥିବା ବେଳେ ଅନେକ ଅମାନିଆ ପୋଲିସ କୁ ଚକ୍ଷ୍ମା ଦେଇ ଫେରାର ମାରୁଥିବା ଦେଖିବାକୁ ମିଳୁଛି। ଟିଟିଲାଗଡ ପୋଲିସ ଅନେକ ସମୟ ରେ ଲୋକଙ୍କୁ ମାସ୍କ କୁ ଭଲ ଭାବରେ ବ୍ୟବହାର କରିବା ପାଇଁ ସଚେତନ କରିବା ସହ ଲୋକ ମାନଙ୍କୁ ଚାରିଚକିଆ ଯାନ ବାହାନ ରେ ୪ ଜଣ ରୁ ଅଧିକ ଯିବା ପାଇଁ ମନା କରୁଥିବା ବେଳେ ଫାଇନ ମଧ୍ୟ ଆଦାୟ କରୁଛି। ଅନେକ ଅମାନିଆ ପୋଲିସ ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କିଛି ଅମାନିଆ ପୋଲିସ ର ବାରମ୍ବାର ସଚେତନ କରୁଥିବା ସତ୍ତ୍ୱେ ସନ୍ଧ୍ୟା ସମୟରେ ଖୋଲା ପବନ ର ଅନୁଭବ କରିବା ପାଇଁ ବୁଲି ବାହାରୁଛନ୍ତି। ଏପରି ସ୍ଥଳେ ଜନ ସାଧାରଣ ଙ୍କ ସ୍ଵତଃ ସଚେତନ ହେବା ଜରୁରୀ ମାନେ ହୁଏ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.