ବୈତରଣୀ ବାମ ଓ ଦକ୍ଷିଣପାର୍ଶ୍ୱ  ନଦୀବନ୍ଧରେ ସ୍ଲୁଇସ୍ ଗେଟ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସଂପର୍କରେ ଜଳସମ୍ପଦ ମନ୍ତ୍ରୀଙ୍କ ସମୀକ୍ଷା

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା କୋରେଇ ବିଧାନସଭା ମଣ୍ଡଳୀ ଓ  କେଉଁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀର ଯେଉଁସବୁ ଅଂଚଳରେ ବୈତରଣୀ ବାମ ପାର୍ଶ୍ୱ ଏବଂ ଦକ୍ଷିଣ ପାର୍ଶ୍ୱ  ନଦୀ ବନ୍ଧ  ସୁଦୃଢୀକରଣକାର୍ଯ୍ୟ  କରାଯାଇଛି, ସେସବୁର କେତେକ ଜରୁରୀ ଆବଶ୍ୟକତା ଥିବା ଅନ୍ତତଃ ୪-୫ଟି ସ୍ଥାନରେ ସ୍ଲୁଇସ୍ ଗେଟ୍ ନିର୍ମାଣ ଶୀଘ୍ର ସଂପୂର୍ଣ୍ଣ  କରିବାକୁ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ  ଜଳସଂପଦ ବିଭାଗରସଂପୃକ୍ତ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ  ଏବଂପରାମର୍ଶ ଦେଇଛନ୍ତି । ଏ ସଂପର୍କରେ ଭର୍ଚୁଆଲ ବ୍ୟବସ୍ଥାରେ ଏକ ବୈଠକ ଗୁରୁବାର ସଂଧ୍ୟାରେ ଜଳସମ୍ପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା ।  

ବୈ÷ଠକରେ ଘସିପୁରା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର ଏବଂ କୋରେଇ ବିଧାୟକ ଶ୍ରୀ ଅଶୋକ କୁମାର ବଳ ଯୋଗଦେଇ  ଉପରୋକ୍ତ ନଦୀ ବନ୍ଧରେ କେତେକ ସ୍ଥାନରେ ସ୍ଲୁଇସ୍ ଗେଟ୍  ନିର୍ମାଣ କରା ଯାଇନଥିବା ଯୋଗୁଁ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଂଚଳରେଯେଉଁ ସମସ୍ୟା ଉପୁଜୁଛି, ସେ ସଂପର୍କରେ ପ୍ରକାଶ କରିଥିଲେ ।  ଏଥି ଯୋଗୁଁ  କୃଷି ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଜନସାଧାରଣ ଅସୁବିଧାରେ ପଡୁଥିବା  ବିଧାୟକ ଦ୍ୱୟ ଜଳସଂପଦ ମନ୍ତ୍ରୀ ଓ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ  ଦୃଷ୍ଟି ଆକର୍ଷଣ କରିଥିଲେ । ଆହୁରି ମଧ୍ୟ  ନଦୀର ଦୁଇ ପାଶ୍ୱର୍ରେ କେତେକ ସ୍ଥାନରେ ନଦୀବନ୍ଧନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇନଥିବା ଫଳରେ ସମସ୍ୟା ରହିଥିବା  ଓ ଆଉ କେତେକ ସ୍ଥାନରେ ଜମି ଅଧିଗ୍ରହଣ ସଂପର୍କିତ ପ୍ରାପ୍ୟ ପ୍ରଦାନରେ ବିଳମ୍ବିତ ହୋଇଥିବା ସଂପର୍କରେ ଆଲୋଚନା କରାଯାଇଥିଲା । ୪-୫ ବର୍ଷ ହେଲା ବୈତରଣୀ ନଦୀବନ୍ଧର ସୁଦୃଢୀକରଣ ନେଇ ଭଲ କାର୍ଯ୍ୟ ହେଉଥିଲେ ମଧ୍ୟ ସ୍ଲୁଇସ୍ ଗେଟ୍ ନିର୍ମାଣରେ ବିଳମ୍ବ ଯୋଗୁୁଁ ସମସ୍ୟା ଉପୁଜୁଛି ।  ଏଥି ନିମନ୍ତେ ଟେଣ୍ଡର କାର୍ଯ୍ୟ ସରିଥିଲେ ମଧ୍ୟ ନିର୍ମାଣ ବିଳମ୍ବିତ ହେଉଛି । ସମସ୍ତ ଘଟଣାର ଅନୁଧ୍ୟାନ କରି ସମସ୍ୟାଗୁଡିକର ଶୀଘ୍ର  ସମାଧାନ ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ତୁରନ୍ତ ବିଭାଗୀୟ ସଂପୃକ୍ତ ଯନ୍ତ୍ରୀ ଓ ବୈଷୟିକ କମିଟି ସହ କ୍ଷେତ୍ର ପରିଦର୍ଶନରେ କରି ଆବଶ୍ୟକ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ଆଗାମୀ ମୌସୁମୀ  ବର୍ଷାରେ  ଡ୍ରେନେଜ୍ ସମସ୍ୟା ଉପୁଜିଲେ  ଡ୍ରେନେଜ ବିଭାଗ ତତ୍ପରତାର ସହିତ ଅଂଚଳବାସୀଙ୍କର ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ଶ୍ରୀ ଦାସ  ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ ଇଂ ଭକ୍ତରଞ୍ଜନ ମହାନ୍ତି, ବୈତରଣୀ ବେସିନ୍ ମୁଖ୍ୟ ଯନ୍ତ୍ରୀ ଇଂ.ମହେନ୍ଦ୍ର କୁମାର ଭୂୟାଁ , ମୁଖ୍ୟ ନିର୍ମାଣ ଯନ୍ତ୍ରୀ-ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଇଂ ରୋହିତ କୁମାର ସେଠୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ( ପୂର୍ବାଂଚଳ ସର୍କଲ-୨) ଇଂ. ଚଣ୍ଡେଶ୍ୱର ବେହେରା,ବୈତରଣୀ ଡିଭିଜନ ନିର୍ବାହୀଯନ୍ତ୍ରୀ ଇଂ ବିଧାନ ସାହୁ ଏବଂ ଯାଜପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ଇଂ.ଧନେଶ୍ୱର ସାମଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ  ।  

 

 

 

 

Leave A Reply

Your email address will not be published.